ମାମୁଁ ଘରକୁ ବୁଲି ଆସି ନିଖୋଜ ହୋଇ ଯାଇଥିବା ଶିଶୁ ପୁତ୍ରର ମିଳିଲା ମୃତଦେହ

ଜଗତସିଂହପୁ(କେନ୍ଯୁଜ୍): ମାମୁଁ ଘରକୁ ବୁଲି ଆସି ନିଖୋଜ ହୋଇ ଯାଇଥିବା ଶିଶୁ ପୁତ୍ରର ମିଳିଲା ମୃତଦେହ। ୨ ଦିନ ପରେ ମିଳିଲା ମୃତଦେହ ଉଦ୍ଧାର ହୋଇଛି।  ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଶଙ୍କରପୁର  ଗାଁରେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି। ମୃତ ଶୀଶୁ ପୁତ୍ର ହେଉଛନ୍ତି ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର କହ୍ନେୟାଲାଲ ଭୋଇଙ୍କ ୨ ବର୍ଷୀୟ ପୁଅ ସୌମ୍ୟ  ।

ସୂଚନା ଅନୁଯାୟୀ, ମଙ୍ଗଳପୁର ଗାଁର କଣେଇଁଲାଲ ଭୋଇ ଓ ମାଆ ଶୁନୁଲତା ଭୋଇଙ୍କ ପୁଅ ସୌମ୍ୟରଞ୍ଜନ। ଶୁନୁଲତା ପୁଅକୁ ଧରି ନିଜ ବାପଘର ଶଙ୍କରପୁରକୁ କିଛିଦନ ହେଲା ବୁଲିବାକୁ ଆସିଥିଲେ। ତେବେ ଗତକାଲି ମଧ୍ୟାହ୍ନରେ ପୁଅ ଦାଣ୍ଡରେ ଖେଳୁଥିବା ସମୟରେ ପରେ ଆଉ ଖୋଜି ପାଇନଥିଲେ। ପୁଅକୁ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ମିଳିନଥିଲା ପୁଅ। ତେବେ କିଛି ଲୋକ ପୁଅକୁ କୌଣସି ଏକ ବୁଲା ବେପାରୀ ସହ ଗାଡି ପଛରେ ବସିକି ଯାଉଥିବା ଦେଖିଛନ୍ତି ବୋଲି କହିଥିଲେ।

ମାଆ ଶୁନୁଲତା ବି କହୁଛନ୍ତି ପୁଅ ଫେରିବାଲା ପାଖରୁ ବଲ୍‌ କିଣିବା ପାଇଁ ଜିଦି କରୁଥିଲା। ତେଣୁ ବୋଧହୁଏ ଫେରିବାଲା ପୁଅକୁ ଅପହରଣ କରିନେଇଛି ବୋଲି ସନ୍ଦେହ କରିଥିଲେ ପରିବାର। ବିରିଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଖୋଜା ଖୋଜି କରିବା ସହିତ ବିଭିନ୍ନ ଅଞ୍ଚଳରେ ଥିବା cc TV ଫୁଟେଜ ଯାଞ୍ଚ କରିଥିଲା। ତେବେ ଦୁଃଖର ବିଷୟ  ଆଜି ସକାଳୁ ସୌମ୍ୟର ମୃତଦେହ ଘର ପାଖ ଏକ ନାଳରୁ ମିଳିଥିଲା ।  ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.