ଆଜି ତାରିଖ କିଛି ଭିନ୍ନ କିଛି ଅଲଗା!

ଆଜି ହେଉଛି ନଭେମ୍ବର ୧୦ ତାରିଖ। ଏହି ତାରିଖକୁ ଜଣେ ଏକ ସାଧାରଣ ଦିନ ବୋଲି କହିପାରନ୍ତି। କିନ୍ତୁ ଯଦି ଆମେ ତାରିଖ, ମାସ ଓ ବର୍ଷକୁ ମିଶାଇ ଦେଖିବା ତେବେ ଆଜିର ଦିନର ଅନେକ ଗୁରୁତ୍ୱ ରହିଛି। ଆଜିର ତାରିଖ ହେଉଛି ୧୦-୧୧-୨୦୨୧। ତାରିଖ ଓ ମାସର ଦିନକୁ ମିଶାଇଲେ ବର୍ଷ ହେଉଛି। ଅର୍ଥାତ୍‌ ଆଜିର ତାରିଖ ହେଉଛି ୧୦ ଓ ମାସ ହେଉଛି ୧୧। ଯଦି ଆମେ ୧୦ + ୧୧ କରିବା ତେବେ ଯୋଗ ଫଳ ୨୧ ହେଉଛି, ଯାହାକି ବର୍ତ୍ତମାନର ବର୍ଷ ୨୦୨୧। ଏହି ଅଙ୍କ ଦୃଷ୍ଟିରୁ ଆଜିର ତାରିଖ ବେଶ୍‌ ସ୍ୱତନ୍ତ୍ର। ଏଭଳି ତାରିଖ ଗୋଟିଏ ବର୍ଷ ମଧ୍ୟରେ ଖୁବ୍‌ କମ୍‌ ଦେଖିବାକୁ ମିଳେ। ତେବେ ଆସନ୍ତୁ ଜାଣିବା ଆଜିର ଦିନରେ କେଉଁ ରାଶି ଉପରେ କି ପ୍ରଭାବ ପଡ଼ୁଛି।

ମେଷର ରାଶିର ବ୍ୟକ୍ତି ଆଜି ଦୁଃସାହସିକ ପଦକ୍ଷେପ ନେବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ।

ବୃଷ ରାଶିର ବ୍ୟକ୍ତିଙ୍କ ଲାଗି ଆଜି ଦିନଟି ଖୁବ୍‌ ଭଲ। ଅଫିସରେ ନିଜର କାମ ସୁରୁଖୁରୁରେ କରିବେ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସିର ବର୍ଷା ହେବ। ପ୍ରେମରେ ସଫଳତା ପାଇବେ। ଆଶା ବାସ୍ତବିକ ରୂପ ନେବ।

କର୍କଟ ରାଶିର ବ୍ୟକ୍ତିଙ୍କର ପୂର୍ବରୁ ନଷ୍ଟ ହୋଇଥିବା ମାନ, ସମ୍ମାନ, ପ୍ରତିଷ୍ଠା, ସୁଖ ନିଦ୍ରା ଆଦି ପୁଣି ଫେରିବ। ନିଜର ଚେଷ୍ଟା, ପ୍ରଚେଷ୍ଟା ଯୋଗୁ ମର୍ଯ୍ୟାଦାର ସହ ପ୍ରତିଷ୍ଠା ଲାଭ କରିବେ।

ସିଂହ ରାଶିର ବ୍ୟକ୍ତିଙ୍କର ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

କନ୍ୟା ରାଶିର ବ୍ୟକ୍ତି ଯାହା କହିବେ ତାହା କରିବେ ନାହିଁ, ଯାହା କରିବେ ତାହା କହିବେ ନାହିଁ। ଶନି ଓ ବୃହସ୍ପତି ବକ୍ରିରେ ଥିବାରୁ ନିଶ୍ଚିତ ଭାବେ ବିଳମ୍ବରେ ହେଲେ ମଧ୍ୟ ଲିଖିତ ପରୀକ୍ଷା, ମୌଖିକ ପରୀକ୍ଷା ଓ ଅନ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ତୁଳା ରାଶିର ବ୍ୟକ୍ତି ତୁଳନାତ୍ମକ ନିଷ୍ପତ୍ତି ନେବେ। ଆଶା ବାସ୍ତବତାରେ ପରିଣତ ହେବ। କୌଣସି ଅନୁଭୂତିଶୀଳ ବ୍ୟକ୍ତିଙ୍କ ପରାମର୍ଶକ୍ରମେ ସ୍ଥାୟୀ ଉପାର୍ଜନର ପନ୍ଥା ପାଇବେ।

ବିଛା ରାଶିର ବ୍ୟକ୍ତି ଉଦ୍ୟମରେ ସଫଳତା ପାଇବେ। ବିଭିନ୍ନ ଦିଗରୁ ଅର୍ଥ ଆସିବ। ନିଜର ଚେଷ୍ଟା, ପ୍ରଚେଷ୍ଟା ଯୋଗୁ ମର୍ଯ୍ୟାଦାର ସହ ପ୍ରତିଷ୍ଠା ଲାଭ କରିବେ।

ଧନୁ ରାଶିର ବ୍ୟକ୍ତି ବିଶେଷ ଅତି ଚତୁରତାର ସହ ପରିବାରରେ ଶାନ୍ତି ରକ୍ଷା କରିବା ପାଇଁ ସହାୟକ ହେବେ। ଉତ୍ତରାଧିକାରୀ ପରିବାର ଲୋକଙ୍କୁ ମାର୍ଗଦର୍ଶନ ଦେବେ। ରାଜନୀତି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ।

ମକର ରାଶିର ବ୍ୟକ୍ତିଙ୍କୁ କର୍ତ୍ତୃପକ୍ଷ ନୂଆ ପରିଯୋଜନା ଅର୍ପଣ କରିବେ। ସନ୍ଧ୍ୟାରେ ପ୍ରିୟ ବନ୍ଧୁଙ୍କ ସହିତ ହସଖୁସିର ସମୟ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।

କୁମ୍ଭ ରାଶିର ବ୍ୟକ୍ତି ପୂର୍ବ କାର୍ଯ୍ୟକଳାପ ପାଇଁ ଅନୁତାପ କରିବେ। ସ୍ଥିତି ସୁଦୃଢ଼ ରହିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାନସିକ ବଳ ସୁଦୃଢ଼ ଥିବାରୁ ବ୍ୟବସାୟକୁ ସମ୍ପ୍ରସାରଣ କରିବେ।

ମୀନ ରାଶିର ବ୍ୟକ୍ତି ଦୁଃସାହସିକ ପଦକ୍ଷେପ ନେବେ। ଖେଳକୁଦରେ ନିଜକୁ ନିୟୋଜିତ କରିବେ। ଏପରିକି ଅଗ୍ରଣୀ ଭୂମିକା ଗ୍ରହଣ କରି ସମସ୍ତ ଦୃଷ୍ଟି ଆକର୍ଷଣ କରିବେ। ଆଶା ବାସ୍ତବିକ ରୂପ ନେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.