ପରିବାରର ଏହି ସଦସ୍ୟଙ୍କୁ ମିଳିବ ୬ହଜାର ଟଙ୍କା :ପିଏମ୍‌ କିଶାନ ସମ୍ମାନ ନିଧି ଯୋଜନା

ପ୍ରଧାନମନ୍ତ୍ରୀ କିିଶାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ସବୁ ଯୋଜନା ମଧ୍ୟରୁ ଅନ୍ୟତମ। ଏଥିପାଇଁ ସରକାର ପ୍ରତିବର୍ଷ ଚାଷୀ ଭାଇଙ୍କୁ ୬ ହଜାର ଟଙ୍କା ପ୍ରଦାନ କରନ୍ତି। ଏବେ ପର୍ଯ୍ୟନ୍ତ କୃଷକ ଭାଇ ମାନଙ୍କୁ ୯ଟି କିସ୍ତିରେ ଟଙ୍କା ମିଳିସାରିଲାଣି। ଏବେ ପୁରା ଦେଶରେ କୃଷକ ମାନଙ୍କୁ ୧୦ମ କିସ୍ତିର ରହିଛି ଅପେକ୍ଷା। ରିପୋର୍ଟ ଅନୁଯାୟୀ, ଆଗାମୀ ଡିସେମ୍ବର ୧୫ ତାରିଖ ମଧ୍ୟରେ ପରବର୍ତ୍ତୀ କିସ୍ତି ମିିଳିଯିବ ।

ତେବେ ସରକାର ଯେଉଁ ଚାଷୀ ଭାଇଙ୍କୁ ଏହି ଯୋଜନା ଅନ୍ତର୍ଭୁକ୍ତ କରିଛନ୍ତି ।ସେମାନଙ୍କ ପାଇଁ କିଛି ନିୟମ ମଧ୍ୟ ରଖିଛନ୍ତି। ତେବେ ଅନେକଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ, ସରକାରଙ୍କ ଏହି ନିୟମ ଅନ୍ତର୍ଭୁକ୍ତ ପତି ପତ୍ନୀ ଦୁଇଜଣଙ୍କୁ ଟଙ୍କା ମିଳିବ କି? ତେବେ ଏହାର ଉତ୍ତର ହେଉଛି ନା। ପରିବାରରେ କେବଳ ଜଣଙ୍କୁ ୬ହଜାର ଟଙ୍କା ଦିଆଯିବ। ମାନେ ସ୍ୱାମି ଓ ସ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ହିଁ ଏହି ଧନରାଶି ମିଳିବ । ଏହି ଧନରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥାଏ । ଏହାବ୍ୟତିତ ଯେଉଁମାନେ Income Tax ରିଟର୍ଣ୍ଣ ଫାଇଲ କରନ୍ତି, ତେବେ ସେମାନଙ୍କୁ ଏହି ଯୋଜାନା ଅନ୍ତର୍ଭୁକ୍ତ କରାଯିବ ନାହିଁ।

ସରକାର ନିମ୍ନ ତଥା ମଧ୍ୟବିତ୍ତ ଗରିବ ଶ୍ରେଣୀର ଚାଷୀ ପରିବାରଙ୍କ ପାଇଁ ଏହି ଯୋଜନା ବାହାର କରିଛନ୍ତି। ଏବେ ପର୍ଯ୍ୟନ୍ତ ମୋଟ ୧୨ କୋଟି କୃଷକ ଏହାର ଲାଭ ଉଠାଇ ସାରିଲେଣି। ତେବେ ଏହାର ଅଧିକାରିକ େଓ୍ଵବସାଇଟ pmkisan.gov.inରେ ଆପଣ ଏହା ସମ୍ପର୍କରେ ସମସ୍ତ ତଥ୍ୟ ଜାଣିପାରିବେ। କିସ୍ତି କେଉଁ ତାରିଖରେ ଆସିଥିଲା ଏବଂ କେଉଁ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା।

କୃଷକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ଉତ୍ପାଦନ କ୍ଷମତା ବଢ଼ାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହି ଯୋଜନା ୨୦୧୮ ମସିହା ଡିସେମ୍ବର ୧ ତାରିଖରେ ଆରମ୍ଭ ହୋଇଥିଲା। ଏହି ଯୋଜନା ଅନ୍ତର୍ଭୁକ୍ତ ଚାଷୀଭାଇଙ୍କ ଆକାଉଣ୍ଟକୁ ବର୍ଷକୁ ୩ଥର ୨ହଜାର ଟଙ୍କା କିସ୍ତି ଆକାରରେ ଦିଆଯାଉଛି। ତେବେ ଏହାର ଫାଇଦା ୨ ହେକ୍ଟର କିମ୍ବା ତାଠାରୁ କମ୍‌ ଥିବା ଜମିର କୃଷକ ଭାଇମାନଙ୍କୁ ମିଳିବ । ନିୟମ ଅନୁଯାୟୀ, ଏମାନଙ୍କୁ ୫ ବର୍ଷ ପାଖାପାଖି ୬ହଜାର ଟଙ୍କା ଲେଖାଏଁ କିସ୍ତି ମିଳିବ। ଏହି ନିୟମ ମୁତାବିକ ଟଙ୍କା ସିଧା ଚାଷୀଭାଇଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.