Below header

ସପ୍ତାହରେ ଦୁଇ ଦୁଇ ଥର ବୈତରଣୀ ନଦୀ ବନ୍ଧ ଧସିଲାଣି, ଲୋକେ ମଧ୍ୟରେ ଛନକା

ଯାଜପୁର ଦଶରଥପୁର ବ୍ଳକ କମାରଡିହ ପଂଚାୟତ ବଲରାମ ପୁର ନିକଟରେ ବୈତରଣୀ ନଦୀ ବନ୍ଧ ଧସିବା ପରେ ଲୋକଙ୍କ ମଧ୍ୟରେ ଛନକା ପସି ଯାଇଛି। ଖବର ପାଇ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହାର ମରାମତି କାମ ପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି।

ଯାଜପୁର(କେନ୍ୟୁଜ୍): ପୁଣି ଧସିଲା ବୈତରଣୀ ନଦୀବନ୍ଧ। ବିପଦରେ ନଦୀ କୁଳିଆ ଲୋକ। ଗତ ସପ୍ତାହେ ଭିତରେ ଦୁଇ ଦୁଇ ଥର ଧସିଲାଣି।ନଦୀ ବନ୍ଧ। ଜଳ ସମ୍ପଦ ବିଭାଗ ର ଦାୟିତ୍ଵ ହୀନତା କୁ ଲୋକେ ଦାୟୀ କରିଥିବା ବେଳେ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ପୂର୍ବରୁ ଦତ୍ତପୁର ଠାରେ ୧୦୦ ଫୁଟରୁ ଅଧିକ ଲମ୍ବ ଧସିଥିଲେ ମଧ୍ୟ ନା ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇଛି ନା ଜଳ ସମ୍ପଦ ବିଭାଗ ସଜାଗ ହେଇଛି । ଏଭଳି ବାରମ୍ବାର ନଦୀ ବନ୍ଧ ଧସିବା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।
ନଦୀବନ୍ଧ କାମ ଆରମ୍ଭ ସମୟରୁ ସ୍ଥାନୀୟ ଲୋକେ ନିମ୍ନ ମାନର କାମ ନେଇ ଅଭିଯୋଗ କରିଥିଲେ, କିନ୍ତୁ ଜଳ ସମ୍ପଦ ବିଭାଗ ଏ ନେଇ ଗୁରୁତ୍ୱନ ଦେବା ରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଜଳସଂପଦ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିବା ଚର୍ଚ୍ଚା ହେଉଛି । ବର୍ଷା ଦିନ ପୂର୍ବରୁ ଦୁର୍ବଳ ନଦୀ ବନ୍ଧ କୁ ସୁଦୃଢ଼ କରିବା ସହିତ ମରାମତି କରିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଏଥିରେ ଅବହେଳା ପ୍ରଦର୍ଶନ କରିଥିବା ଚର୍ଚ୍ଚା ହେଉଛି। ସେପଟେ ଆଜି ନଦୀ ବନ୍ଧ ଧସିଥିବା ଖବର ପାଇ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହାର ମରାମତି କାମ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଚେତୁ ନାହିଁ, ଓଲଟି ନିମ୍ନ ମାନର କାମ କରୁଥିବା ଠିକାଦାରଙ୍କୁ ସୁରକ୍ଷା ଯୋଗାଇବା ଘଟଣା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.