ରାଞ୍ଚି: କୂଅରୁ ବାଛୁରୀକୁ ଉଦ୍ଧାର କରିବାକୁ ଯାଇଥିଲେ ୬ ଗ୍ରାମବାସୀ, ମାଟି ଧସିଯିବାରୁ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କୂଅରେ ପଡ଼ିଥିବା ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ଚାଲିଯାଇଛି ୮ ଜଣଙ୍କ ଜୀବନ।

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କୂଅରେ ପଡ଼ିଥିବା ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ଚାଲିଯାଇଛି ୮ ଜଣଙ୍କ ଜୀବନ। ଏଥିରେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଗଭୀର ଦୁଃଖପ୍ରକାଶ କରିଛନ୍ତି।

ରାଞ୍ଚିଠାରୁ ପ୍ରାୟ ୭୦ କିମି ଦୂର ପିସ୍କା ଗାଁରେ ଏହି ଦୁର୍ଘଟଣା ଘଟିଛି। ଗ୍ରାମବାସୀଙ୍କ ମୁତାବକ, ଗୁରୁବାର ସନ୍ଧ୍ୟାରେ ଆନନ୍ଦ ମାନଝି ନାମକ ବ୍ୟକ୍ତିଙ୍କର ଏକ ବାଛୁରୀ କୂଅରେ ପଡ଼ିଯାଇଥିଲା। ତାକୁ ବଞ୍ଚାଇବା ପାଇଁ ଗାଁର ୭ ଜଣ ଲୋକ କୂଅ ଭିତରକୁ ଯାଇଥିଲେ।

ଉପରେ ଅନ୍ୟ ଜଣେ ବ୍ୟକ୍ତି ଛିଡ଼ା ହୋଇ ସେମାନଙ୍କୁ ସହାୟତା କରୁଥିଲେ। ହେଲେ ଏହି ସମୟରେ ହଠାତ୍‌ କୂଅର ମାଟି ଧସି ପଡ଼ିଥିଲା, ଯାହାଫଳରେ ଭିତରେ ଥିବା ଲୋକମାନେ ମାଟି ଗଦା ଭିତରେ ଚାପି ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଅନ୍ଧାର ଥିବାରୁ ସଫଳ ହୋଇପାରି ନ ଥିଲେ। ପରେ ଏ ନେଇ ପ୍ରଶାସନକୁ ଖବର ଦିଆଯାଇଥିଲା। ବିଳମ୍ବିତ ରାତିରେ ଏନ୍‌ଡିଆର୍‌ଆଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୃତଦେହକୁ ରାତିରେ ହିଁ ବାହାର କରିଥିଲା। ଶୁକ୍ରବାର ଅନ୍ୟ ୪ ମୃତଦେହକୁ ବାହାର କରାଯାଇଛି।

ପ୍ରଶାସନିକ ଅଧିକାରୀଙ୍କ ମୁତାବକ, କୂଅ ଭିତରେ ଅଧିକ ମାଟି ଜମା ହୋଇଥିବାରୁ ଉଦ୍ଧାର ଅଭିଯାନରେ ବିଳମ୍ବ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.