ପୁଣି ପୂଜା ପାଇଲେ ବିବାଦୀୟ ସାରଥୀ, ଭଦ୍ରକ ମଠସାହିରେ ପୂଜାର୍ଚ୍ଚନା ବେଳେ ପୋଲିସର ଚଢାଉ

ଭଦ୍ରକ : ସାରଥୀ ରିଟର୍ଣ୍ଣସ୍‌। ପୁଣି ପୂଜା ପାଇଲେ ବିବାଦୀୟ ସାରଥୀ ଓରଫ ସନ୍ତୋଷ ରାଉଳ । ସାରଥୀଙ୍କ ଫୋଟରେ ରଖି ପୂଜାର୍ଚ୍ଚନାରେ ନିମଗ୍ନ ହେଲେ ଭକ୍ତ। ଭଦ୍ରକ ସହରସ୍ଥିତ ମଠସାହିରେ ସାରଥିଙ୍କ ପୂଜାର୍ଚ୍ଚନା ଚାଲିଥିବାବେଳେ ପୋଲିସର ଚଢାଉ। ମଠସାହିର ଜଣେ ବ୍ୟକ୍ତିଙ୍କ ଘରେ ସାରଥିଙ୍କ ପୂଜାର୍ଚ୍ଚନା ସହ ସତସଙ୍ଗ ହେଉଥିବା କୌଣସି ସୂତ୍ରରୁ ଟାଉନ ପୋଲିସକୁ ଖବର ମିଳିଥିଲା।

sarathi babaଚଢାଉବେଳେ ସାରଥିଙ୍କ ଫଟୋରେ ତୁଳସୀ ଚଢାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାୟ ୪ବର୍ଷ ଜେଲରେ ବିତାଇବା ପରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଛନ୍ତି ସାରଥୀ। ତେବେ ଧର୍ମ ପ୍ରଚାର ଓ ପ୍ରବଚନ ଉପରେ କଟକଣା ଲଗାଇଛନ୍ତି ହାଇକୋର୍ଟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.