ଆଜିଠୁ ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ, ଭଙ୍ଗା ଚାଲିଛି ସାନ ଛତା ମଠ ପାର୍ଶ୍ୱରେ ରହିଥିବା ଏକ ବିଲଡିଂ

ପୁରୀ: ଆଜିଠୁ ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ। ପାଞ୍ଚ ଦିନ ଧରି ଚାଲିଥିବା ସାନ ଛତା ମଠର ଉଚ୍ଛେଦ କାର୍ଯ୍ୟ ଶେଷ ହେବା ପରେ ମଠ ପାର୍ଶ୍ୱରେ ରହିଥିବା ଏକ ବିଲଡିଂ ଭଙ୍ଗା ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ସାନଛତା ମଠ ମଧ୍ୟରେ ରହାସ୍ତା ପାର୍ଶ୍ୱକୁ ଲାଗି ରହିଥିବା କୋଠା ଭଙ୍ଗାଚାଲିଛି। ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଉଚ୍ଛେଦ। ସେପଟେ ପୁରୀ ସ୍ୱର୍ଗଦ୍ୱାରର ସୌନ୍ଦଯ୍ୟର୍କରଣ ଓ ପୁନରୁଦ୍ଧାର କାର୍ଯ୍ୟ ଚଳାଇଛି ଜିଲ୍ଲା ପ୍ରଶାସନ। ସ୍ୱର୍ଗଦ୍ୱାର ପରିସରରେ ଥିବା କେତେକ ପୁରାତନ ନିର୍ମାଣକୁ ଭଙ୍ଗାଯାଇଛି। ଆସନ୍ତା ୪ ମାସ ମଧ୍ୟରେ ସ୍ୱର୍ଗଦ୍ୱାରର ସୌନ୍ଦଯ୍ୟର୍କରଣ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.