ଡ୍ୟାନ୍ସ ଫ୍ଲୋରକୁ ଆସିଲା ଗୁଡ୍‌ ନ୍ୟୁଜର ଆଉ ଏକ ନୂଆ ଗୀତ ‘ଲାଲ ଘାଘରା’, କରୀନାଙ୍କ ସହିତ ପାଦରେ ପାଦ ମିଶାଉଛନ୍ତି ଅକ୍ଷୟ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ଗୁଡ୍‌ ନ୍ୟୁଜରେ ବ୍ୟସ୍ତ ଅଛନ୍ତି। ଅକ୍ଷୟଙ୍କ ସମତେ ଫିଲ୍ମର ସମସ୍ତ କାଷ୍ଟ ପ୍ରମୋସନ କରିବା ଆରମ୍ଭ କରିଦେଲେଣି। ଏହି ଫିଲ୍ମର ରିଲିଜକୁ ନେଇ ଦର୍ଶକ ଖୁବ୍‌ ଏକସାଇଟେଡ୍‌ ଅଛନ୍ତି। ଗୁଡ୍‌ ନ୍ୟୁଜର ଗୀତ ମଧ୍ୟ ଡ୍ୟାନ୍ସ ଫ୍ଲୋରରେ ଖୁବ୍‌ ଶୁଣିବାକୁ ମିଳୁଛି।

ଫିଲ୍ମର ଗୀତ ଲିଷ୍ଟରେ ଏବେ ଆଉ ଏକ ନୂଆ ଗୀତର ନାମ ଯୋଡି ହୋଇଛି। ଏହି ନୂଆ ଗୀତର ନାମ ‘ଲାଲ ଘାଘରା’। ଏହି ଗୀତ ଆଜି ରିଲିଜ୍‌ ହେବାକୁ ଯାଉଛି। ଗୀତର ଟିଜର ରିଲିଜ୍‌ ହୋଇସାରିଛି। ଏହାର ଟିଜରକୁ ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଟିଜରରେ ଅକ୍ଷୟ କୁମାରଙ୍କ ସହିତ କରୀନା କପୁର ଖାନ୍‌ ଏହି ଲାଲ ଘାଗରା ଗୀତରେ ନଜର ଆସୁଛନ୍ତି। ଟିଜରରେ ଦୁହେଁ ଖୁବ୍‌ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି।

ଫିଲ୍ମ ଗୁଡ୍‌ ନ୍ୟୁଜରେ ଅକ୍ଷୟ କୁମାର, କରୀନା କପୁର ଖାନ୍‌, କିଆରା ଆଡଭାଣୀ ଏବଂ ଦଲଜିତ ଦୋସାଙ୍ଗ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମ ୨୭ ଡିସେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି କରନ ଜୋହର। ଫିଲ୍ମର ଟ୍ରେଲର ଦେଖିଲେ ଆପଣ ଫିଲ୍ମକୁ ବହୁତ ପସନ୍ଦ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.