Below header

ବାଂଲାଦେଶ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କ ସଫଳତା

ଭୁବନେଶ୍ବର: ଢାକାରେ ଆୟୋଜିତ ବାଂଲାଦେଶ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ମହିଳା ଯୁଗଳରେ ଉପବିଜୟିନୀ ‌ଟ୍ରଫି ହାତେଇଛନ୍ତି। ସେ ଆଉ ଏକ ଅନ୍ତର୍ଜାତୀୟ ସଫଳତାକୁ ନିଜ ନାରେ ଲେଖିଛନ୍ତି। ରବିବାର ମହିଳା ଯୁଗଳରେ କେ ମନୀଷାଙ୍କୁ ସାଥୀ କରି ଖେଳୁଥିବା କିଟ୍‌ ଛାତ୍ରୀ ଋତୁପର୍ଣ୍ଣା ସେମିଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର ରୁଥାଇଚାନକ ଲାଇସୁଆନ ଓ ସୁପମର୍ତ ମିଗଚୁଆଙ୍କୁ ପରାସ୍ତ କରିଥିଲେ। କିନ୍ତୁ ରବିବାର ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୨୦-୨୨, ୧୯-୨୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ମାଲେସିଆର ତାନ ପର୍ଲି କୁଙ୍ଗ ଓ ଥିନା ମୁରଲିଥରନଙ୍କଠୁ ହାରି ଯାଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.