ଆଜିଠୁ ୨୪ ଘଣ୍ଟା ମିଳିବ ବ୍ୟାଙ୍କର ଏହି ସୁବିଧା, ଆର୍ବିଆଇ ବଦଳାଇଲା ନିୟମ!

ଗୋଟିଏ ବ୍ୟାଙ୍କ ଖାତାରୁ ଅନ୍ୟ ବ୍ୟାଙ୍କ ଖାତାକୁ ଫଣ୍ଡ୍ ଟ୍ରାନ୍ସଫର କରିବା ସୋମବାରଠାରୁ ଆହୁରି ସହଜ ହୋଇଯିବ। ଆଜି ପଯ୍ୟର୍ନ୍ତ ଗ୍ରାହକମାନଙ୍କୁ ଏହି ସୁବିଧା ନିର୍ଦ୍ଧାରିତ ସମୟ ପଯ୍ୟର୍ନ୍ତ ହିଁ ମିଳୁଥିଲା। କିନ୍ତୁ ଆର୍ବିଆଇ ନିୟମରେ ପରିବର୍ତ୍ତନ କରିଦେଇଛି, ଯେଉଁ କାରଣରୁ ବ୍ୟାଙ୍କଗୁଡ଼ିକ ନିଜ ଉପଭୋକ୍ତାମାନଙ୍କୁ ୧୬ ଡିସେମ୍ବରଠାରୁ ନ୍ୟାଶନାଲ୍ ଇଲେକ୍ଟ୍ରୋନିକ୍ ଫଣ୍ଡ୍ ଟ୍ରାନ୍ସଫରର ସୁବିଧା ୨୪ ଘଣ୍ଟା ପ୍ରଦାନ କରିବେ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)ର ନିର୍ଦ୍ଦେଶ ମୁତାବକ, ୧୬ ଡିସେମ୍ବରରୁ ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ କୌଣସି ବି ଦିନ ଏବଂ କୌଣସି ବି ସମୟରେ ଏନ୍ଇଏଫ୍ଟି ଜରିଆରେ ଗୋଟିଏ ଖାତାରୁ ଅନ୍ୟ ଖାତାକୁ ପଇସା ପଠାଇବାର ସୁବିଧା ଯୋଗାଇ ଦେବେ। ଅର୍ଥାତ୍ ଏନ୍ଇଏଫ୍ଟି ଜରିଆରେ ଅନ୍ଲାଇନ ଟ୍ରାଞ୍ଜାକ୍ସନ ସୁବିଧା ସପ୍ତାହକ ୭ ଦିନ ଉପଲବ୍ଧ ହେବ।
କେନ୍ଦ୍ରୀୟ ବ୍ୟାଙ୍କ ଏଥିପାଇଁ ବ୍ୟାଙ୍କଗୁଡ଼ିକୁ ଆବଶ୍ୟକ ଅନୁସାରେ ପଯ୍ୟର୍ାପ୍ତ ପରିମାଣର କ୍ୟାଶ୍ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏନ୍ଇଏଫ୍ଟି ଅନ୍ଲାଇନ ଉପାୟରେ ଅନ୍ୟ ବ୍ୟାଙ୍କର ଆକାଉଣ୍ଟ ହୋଲ୍ଡରଙ୍କୁ ଫଣ୍ଡ୍ ଟ୍ରାନ୍ସଫର କରିବାର ପ୍ରକ୍ରିୟା ଅଟେ। ଏହାସହ ଆର୍ବିଆଇ ବ୍ୟାଙ୍କଗୁଡ଼ିକୁ କହିଛି, ସେମାନେ ସମସ୍ତ ସୁବିଧା ଉପରେ ଧ୍ୟାନ ଦିଅନ୍ତୁ, ଯେପରି ଫଣ୍ଡ୍ ଟ୍ରାନ୍ସଫରରେ ଉପଭୋକ୍ତାମାନଙ୍କୁ କୌଣସି ସମସ୍ୟା ହେବନି।
କହି ରଖୁଛୁ, ଏନ୍ଇଏଫ୍ଟି ଅନ୍ଲାଇନ୍ ଟ୍ରାଞ୍ଜାକ୍ସନର ଏକ ପ୍ରକ୍ରିୟା। ଏହା ଅଧୀନରେ ଗ୍ରାହକ ଗୋଟିଏ ସମୟରେ ୨ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ରାଶି ଅନ୍ଲାଇନ ଟ୍ରାନ୍ସଫର କରିପାରିବେ। ବର୍ତ୍ତମାନ ସାଧାରଣ ଦିନଗୁଡ଼ିକରେ ଏନ୍ଇଏଫ୍ଟି ଟ୍ରାଞ୍ଜାକ୍ସନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ୩୦ ପଯ୍ୟର୍ନ୍ତ ହେଉଛି। ପ୍ରଥମ ଏବଂ ତୃତୀୟ ଶନିବାର ସକାଳ ୮ଟାରୁ ଦ୍ୱିପ୍ରହର ୧୨ଟା ୩୦ ପଯ୍ୟର୍ନ୍ତ ଏହାର ଫାଇଦା ଉଠାଯାଇପାରୁଥିଲା। ଏ ନେଇ ଏବେ ରିଜର୍ଭ ବ୍ୟାଙ୍କ ନୋଟିଫିକେଶନ ଜାରି କରିଛନ୍ତି।
ଏନ୍ଇଏଫ୍ଟି ଏବଂ ଆର୍ଟିଜିଏସ୍ ଉପରେ ଆର୍ବିଆଇ କୌଣସି ପ୍ରକାର ଶୁଳ୍କ ନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଯଦିଓ ଆଇଏମ୍ପିଏସ୍ ଉପରେ ଏବେ ବି ବ୍ୟାଙ୍କଗୁଡ଼ିକ ତରଫରୁ ଶୁଳ୍କ ନିଆଯାଇଥାଏ। ଆଇଏମ୍ପିଏସ୍ ଜରିଆରେ ଛୋଟ ରାଶି ଟ୍ରାନ୍ସଫର ହେଉଥିବା ବେଳେ ଆର୍ଟିଜିଏସ୍ ଜରିଆରେ ବଡ଼ ରାଶି ଟ୍ରାନ୍ସଫର କରାଯାଇଥାଏ।
ଏବେ ଏନ୍ଇଏଫ୍ଟିର ସୁବିଧା ୨୪ ଘଣ୍ଟା ହେବା ଦ୍ୱାରା ଲୋକମାନଙ୍କୁ ପଇସା ଟ୍ରାନ୍ସଫର କରିବାରେ କୌଣସି ବି ଅସୁବିଧା ହେବନି। ଗ୍ରାହକମାନେ ଏବେ ବି କୌଣସି ମୁହୂର୍ତ୍ତରେ ୨ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ରାଶି ଟ୍ରାନ୍ସଫର କରିପାରିବେ।