Below header

ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣା, ଔଷଧ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣାରେ ଜଣେ ମୃତ। ଔଷଧ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଛି। ଗତକାଲି ସନ୍ଧ୍ୟାରେ ଡାକ୍ତର ମାନସ ମିଶ୍ର ମେଡିକାଲ ରୋଡରେ ଥିବା କ୍ଲିନିକରେ ରୋଗୀ ଦେଖୁଥିଲେ । ଏତିକିବେଳେ ହଠାତ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ମୁଖା ପିନ୍ଧା ଦୁର୍ବୃତ୍ତ ଗୁଳି ଚଳାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହି ଘଟଣାରେ ଗୁରୁତର ହୋଇଥିଲେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ଦାସ । ସେହିପରି କ୍ଲିନିକ ପାଖ ଔଷଧ ଦୋକାନୀ ବି ଗୁଳିମାଡ଼ରେ ଆହତ ହୋଇଥିଲେ। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଔଷଧ ଦୌକାନୀ ପିଛା କରୁଥିବାବେଳେ କୃଷ୍ଣଚନ୍ଦ୍ର ସାହୁଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ଡାକ୍ତର ମାନସ ମିଶ୍ରଙ୍କ ଭୁବନେଶ୍ୱରରେ ଚିକିତ୍ସା ଚାଲିଛି। ସିସିଟିଭି ଫୁଟେଜ୍ ଆଧାରରେ ଖୋଳତାଡ ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ସହରର ପ୍ରବେଶ ପଥକୁ ସିଲ୍ କରି ପୋଳିସ ଯାଞ୍ଚ କରୁଛି। ତେବେ କିଏ ଓ କାହିଁକି ଡାକ୍ତରଙ୍କ ଉପରେ ଗୁଳି ଚଳାଇଲା ତାହା ସନ୍ଦେହ ଘେରରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.