ପୁଣି ଥରେ ସାଇବର ସୁରକ୍ଷାକୁ ଚ୍ୟାଲେଞ୍ଜ, ରାଜ୍ୟର ଏକାଧିକ ୱେବସାଇଟ୍ ହ୍ୟାକ୍

ଭୁବନେଶ୍ବର(କେନ୍ୟୁଜ୍) :ପୁଣି ଥରେ ସାଇବର ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇଛନ୍ତି ହ୍ୟାକର୍ । ଆଜି ରାଜ୍ୟର ବିଭିନ୍ନ କଲେଜ ଏବଂ ଅନୁଷ୍ଠାନର ୱେବସାଇଟ୍ ହ୍ୟାକ୍ ହୋଇଛି  । ୬୦ଟି ଓଡ଼ିଶା ସରକାରୀ କଲେଜ ଏବଂ ଅଫିସ୍ର ୱେବସାଇଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି । ଯେଉଁଥିରେ ଓଡ଼ିଶା ଆଡମିନଷ୍ଟ୍ରେଟିଭ୍ ସର୍ଭିସେସ୍ ଆସୋସିଏସନ୍, ଦଇତାପତି ନିଯୋଗ ଅଫିସ୍ ୱେବସାଇଟ୍ ରହିଛି । ତେବେ ୱେବସାଇଟ୍ ହ୍ୟାକ ପଛରେ କାହାର ହାତ ରହିଛି ତାହା ଏପର‌୍ୟ୍ୟନ୍ତ ଜଣାପଡ଼ି ନାହିଁ । ୱେବସାଇଟ୍ ଗୁଡ଼ିକର ହୋମପେଜ୍ରେ ‘ମ୍ୟାଡ୍ ଟାଇଗର’ ଲେଖାଯାଇଛି । ତେବେ ହ୍ୟାକର ୱେବସାଇଟ୍ ହ୍ୟାକ୍ କରିବା ପରେ ଡାଟା ଆକ୍ସେସ୍ କରି ଏହାର ଅପବ୍ୟବହାର କରିପାରନ୍ତି ବୋଲି କହିଛନ୍ତି ସାଇବର ବିଶେଷଜ୍ଞ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.