Below header

ବାଲେଶ୍ୱର ନେଳିଆବାଗ ସ୍ଥିତ କଣ୍ଟେଣ୍ଟମେଣ୍ଟ ଜୋନରେ ଭୁବନେଶ୍ୱର ଏମ୍ସର ୪ ଜଣିଆ ରାପିଡି ରେସପନ୍ସ ଟିମ୍, ବିଭିନ୍ନ ଦିଗକୁ ନେଇ ଜିଲ୍ଲା ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା

ବାଲେଶ୍ୱର: ବାଲେଶ୍ୱର ସହର ନେଳିଆବାଗ ସ୍ଥିତ କଣ୍ଟେଣ୍ଟମେଣ୍ଟ ଜୋନରେ ପହଁଚିଲେ ଭୁବନେଶ୍ୱର ଏମ୍ସର ୪ ଜଣିଆ ରାପିଡି ରେସପନ୍ସ ଟିମ୍ । ଗତକାଲି ଠାରୁ ଏହି ଟିମ୍ ବାଲେଶ୍ୱରରେ ପହଁଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ ପରିଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁସାରେ କୋଭିଡ-19 ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ତଦାରଖ କରିଛନ୍ତି ।

ଆଜି ନେଳିଆବାଗ୍ କଣ୍ଟେଣ୍ଟମେଣ୍ଟ ଜୋନରେ ଏହି ଟିମ୍ ପ୍ରଥମେ ଡାକ୍ତରୀ ଦଳ, ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କ ସହ ଆଲୋଚନା କରିଥିଲେ । କଣ୍ଟେନମେଣ୍ଟ ପ୍ଲାନ , କୋଭିଡ ହସ୍ପିଟାଲ ବ୍ଯବସ୍ଥା , ସର୍ଭେଲାନ୍ସ ପ୍ଲାନ ଏସବୁ ନେଇ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଜିଲ୍ଲା ଅଧିକାରୀଙ୍କ ସହ ଟିମ୍ ଆଲୋଚନା କରିଥିବା ଜଣାପଡିଛି । ଟିମ୍ ରେ ଅଛନ୍ତି ଏମ୍ସ ର ଡକ୍ଟର ବିନୋଦ କୁମାର ବେହେରା, ଡକ୍ଟର ଶକ୍ତି କୁମାର ବଳ, ଡକ୍ଟର ବିନୟ କୁମାର ହଲୁର, ଡକ୍ଟର ସୋମେନ କୁମାର ପ୍ରଧାନ।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.