Below header

ନିଜ ବିଭାଗର ୫ଟି ପ୍ରମୁଖ ସଫଳତା ଉପରେ ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ, ମେ’ ୧୫ରୁ ୨୫ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ମନ୍ତ୍ରୀମାନେ ଦେବେ ରିପୋର୍ଟ କାର୍ଡ । ନିଜ ବିଭାଗର ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ । ମେ’ ୧୫ରୁ ୨୫ ତାରିଖ ଯାଏ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସେ ସବୁ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ନିଷ୍ପତ୍ତି ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । କୁହାଯାଉଛି ସମୀକ୍ଷା ପରେ ମନ୍ତ୍ରିମଣ୍ଡଳରେ ନବୀନ କରିପାରନ୍ତି ଅଦଳବଦଳ । ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ । ଏହାକୁ ଅକ୍ଷରେ ଅକ୍ଷରେ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର କାମ କରିଚାଲିଛନ୍ତି ।

ଆଗାମୀ ମେ ୨୯ ତାରିଖରେ ନବୀନଙ୍କ ନେତୃତ୍ୱରେ ଗଠିତ ସରକାର ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂରଣ କରୁଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତ ପାଳନରେ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ତାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସଚିବଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ । ଏହାସହିତ ଫାଇଭ ଟି ଓ ମୋ ସରକାର କାର୍ଯ୍ୟକ୍ରମ କିପରି କାର୍ଯ୍ୟକାରୀ କରାଯାଇଛି ଓ ବିଭାଗକୁ କେତେ ଲୋକାଭିମୁଖୀ କରିଛି ସେ ସେସଂପର୍କରେ ଜଣାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.