BSNLରେ ମାତ୍ର ୪୭ ଟଙ୍କାରେ ୨୮ ଦିନ ପର୍ଯ୍ୟନ୍ତ ଅନଲିମିଟେଡ କଲ ସହ ଦୈନିକ ୧ଜିବି ଡାଟା ଅଫର

ଇଣ୍ଟରନେଟ ପାଇଁ ଆଜିକାଲି ସବୁ ଦିଓ୍ଵାନା। ଯଦି ଆପଣ ମଧ୍ୟ କମ ପଇସାରେ ଗୋଟେ ମାସ ପର୍ଯ୍ୟନ୍ତ ଅନଲିମିଟେଡ କଲ ଓ ଦୈନିକ ୧ଜିବି ଡାଟା ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର। ଖାସ ଆପଣଙ୍କ ପାଇଁ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ ବିଏସଏନଏଲ ତରଫରୁ ସବୁଠୁ ଶସ୍ତା ପ୍ରିପେଡ ପ୍ଲାନ ଲଞ୍ଚ କରାଯାଇଛି।

୪୭ ଟଙ୍କା ପ୍ଲାନ :

କେବଳ ୪୭ ଟଙ୍କାରେ ବିଏସଏନଏଲ ୟୁଜର୍ସଙ୍କୁ ମିଳିବ ୨୮ ଦିନ ପାଇଁ ଅନଲିମିଟେଡ କଲ୍‌ ଓ ଦୈନିକ ୧ଜିବି ଡାଟା। ଏହା ସହ ୧୦୦ ଫ୍ରି ଏସଏମଏସ୍‌ ମିଳିବ। ସୂଚନା ଅନୁଯାୟୀ ବିଏସଏନଏଲର ଏହି ରିଚାର୍ଜ ପ୍ଲାନ ଦ୍ୱାରା ଏୟାରଟେଲ , ଜିଓ ଓ ଭୋଡାଫୋନ – ଆଇଡିଆ କମ୍ପାନୀକୁ କଡା ଟକ୍କର ଦେବ। ବିଏସଏନଏଲର ଏହି ଅଫରକୁ କିଛି ଲୋକ ମାଷ୍ଟରଷ୍ଟ୍ରୋକ ମଧ୍ୟ କହୁଛନ୍ତି।

ରିଚାର୍ଜ ପ୍ଲାନକୁ ଦେଖିଲେ ଜଣାପଡେ ଯେ ପ୍ରାଇଭେଟ ଟେଳିକମ କମ୍ପାନୀ ଏୟାରଟେଲ କମ୍ପାନୀ ୧୦୦ଟଙ୍କାରୁ କମ୍‌ ଟଙ୍କାରେ ୨ଟି ପ୍ରି୍ରପେଡ ପ୍ଲାନ ଅଫର କରୁଛି। ପ୍ରଥମ ୭୯ଟଙ୍କାରେ ଓ ୨ୟଟି ୪୯ ଟଙ୍କାରେ। ଏହି ୨ ପ୍ଲାନରେ ୟୁଜର୍ସଙ୍କୁ ୨୦୦ଏମବି ର ଡାଟା ମିଳିବ। ସେପରି ଜିଓରେ ୫୧ ଓ ୨୧ ଟଙ୍କା ପ୍ଲାନ ଅଫର ରହିଛି। ଏହା କେବଳ ଟପ-ଅପ ପ୍ଲାନ୍ସ ଅନ୍ତର୍ଗତ ଯାହାର କୌଣସି ଭାଲିଡିଟି ନାହିଁ। ଭୋଡାଫୋନ – ଆଇଡିଆ ମଧ୍ୟ ୪୮ ଓ ୯୮ଟଙ୍କାରେ ୨ଟି ପ୍ଲାନ୍ସ ଅଫର କରିବା ସହ ଏଥିରେ ଫାଇଦାର ଲିମିଟେସନ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.