Below header

କୋଭିଡ ନିୟମ ଉଲଙ୍ଘନ: ଦୁଇ ଦିନ ପାଇଁ ସିଲ୍ ହେଲା ଗଜପତି ଲୁହାଗୁଡ଼ି ସ୍ଥିତ ରାଜପୁତ ଲାଇନ ହୋଟେଲ

ମୋହନା(କେନ୍ୟୁଜ୍): କୋଭିଡ ନିୟମ ଉଲଙ୍ଘନ କରିବା ମାହଙ୍ଗା ପଡିଛି ଜଣେ ହୋଟେଲ ମାଲିକଙ୍କ ପାଇଁ। ନିୟମ ଉଲଙ୍ଘନ କରିବା ଅଭିଯୋଗରେ ହୋଟେଲକୁ ଦୁଇ ଦିନ ବନ୍ଦ କରାଯିବା ସହ ୧୪ ହଜାର ଟଙ୍କାର ଆର୍ଥିକ ଜୋରିମାନା ଦେବାକୁ ପଡିଛି l ସୂଚନା ପ୍ରକାରେ ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ସ୍ଥିତ ରାଜପୁତ ଲାଇନ ହୋଟେଲ ରେ ଅଚାନକ ମୋହନା ତହସିଲଦାର ପହଞ୍ଚିଥିଲେ l

mohana2ସେହି ସମୟରେ ବିନା ମାସ୍କରେ ସାତ ଜଣ ହୋଟେଲ କର୍ମଚାରୀ ଖାଦ୍ୟ ପରଷୁ ଥିବା ଦେଖିବା ପାଇଁ ମିଳିଥିଲା l ଫଳରେ ନିୟମ ଉଲଙ୍ଘନ ଅଭିଯୋଗରେ ହୋଟେଲ ମାଲିକଙ୍କୁ ୧୪ ହଜାର ଟଙ୍କାର ଜୋରିମାନା ସହ ଦୁଇ ଦିନ ହୋଟେଲ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆଗକୁ ଅଞ୍ଚଳ ରେ କୋଭିଡ ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ l

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.