Below header

ବିପଦ ଆଣୁଛି ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର(କେନ୍ଯୁଜ୍) : ଗତକାଲି ଠାରୁ ଆରମ୍ଭ ହୋଇଛି ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ । ଯେଉଁ ଆନ୍ଦୋଳନ ସାଧାରଣ ଲୋକଙ୍କ ପାଇଁ ବିପଦ ଆଣିଛି ।  ନିଆଁ ଲିଭା କାମ ହେଉ କି ଉଦ୍ଧାର କାର୍ଯ୍ଯ ହେଉନାହିଁ । କୌଣସି ପରିସ୍ଥିତରେ ମଧ୍ଯ କର୍ମଚାରୀମାନେ ସହଯୋଗ କରୁନାହାନ୍ତି । ଜିଦ୍‌ ପାଇଁ କେଉଁଠି ଜଳି ଯାଉଛି ଘର ଆଉ କେଉଁଠି ଚାଲି ଯାଉଛି ନିଷ୍ପାପ ଶିଶୁର ଜୀବନ । ହେଲେ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ । ଗୋଟିଏ ପଟେ ନୟାଗଡରେ ହୁ ହୁ ହୋଇ ୫ବଖରାରୁ ଅଧିକ ଘର ଜଳିଯାଇଛି ।

fire1

ସେହିପରି ଅନ୍ଯପଟେ ମୟୂରଭଞ୍ଜ ଡାକୋଇ ଗାଁର ଜୟନ୍ତ ମହାକୁଡ଼ଙ୍କ ପୁଅ ଖେଳୁଥିବା ବେଳେ କୂଅରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ, ମାତ୍ର ଆନ୍ଦୋଳନ ଯୋଗୁଁ ଆସିବା ପାଇଁ କର୍ମଚାରୀମାନେ ମନା କରିଦେଇଥିଲେ । ଶେଷରେ ବହୁ କଷ୍ଟରେ ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

FIRE MANଛଅ ଦଫା ଦାବି ପୂରଣ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ଯନ୍ତ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଗ୍ନିଶମ କର୍ମଚାରୀ ମାନେ। ଓଡିଶା ଅଗ୍ନିଶମ କର୍ମଚାରୀଙ୍କୁ ଓଡ଼ିଶା ପୋଲିସଙ୍କ ସହ ସମାନ ଦରମା ଓ ଭତା ପ୍ରଦାନ, ୮ ଘଣ୍ଟା ଡ୍ୟୁଟି ପ୍ରଦାନ, ଖାଲି ପଦବୀ ପୂରଣ, ଠିକା ବ୍ୟବସ୍ଥା ଉଚ୍ଛେଦ, ସଂଘକୁ ସରକାରୀ ପଞ୍ଜିକରଣ ଭଳି ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.