ଅନୁପ ଜଲୋଟାଙ୍କୁ ଟପିଗଲେ ମହେଶ୍, ଝିଅ ବୟସର ରିୟାଙ୍କ ସହ ରୋମାଟିଂକ୍ ଫଟୋ ହେଲା ଭାଇରାଲ୍

ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ତାଙ୍କ ପ୍ରେମିକା ଜସଲିନଙ୍କୁ ନେଇ ଜଳୁଛି ସୋସିଆଲ୍ ମିଡିଆ । ଉଭୟଙ୍କ ଲଭ୍ ଷ୍ଟୋରୀକୁ କମେଡି ଷ୍ଟୋରୀ କରିଦେଇଛନ୍ତି ୟୁଜର୍ । କାରଣ ଅନୁପଙ୍କଠାରୁ ୩୭ ବର୍ଷ ସାନ ହେବେ ଜସଲିନ୍ । ତେବେ ଏହି ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆଉ ଏକ ଯୋଡି ପାଲଟିଯାଇଛି ଇଣ୍ଟରନେଟ୍ ସେନ୍ସେସନ୍ । ଏହି ଯୋଡି ଆଉ କେହି ନୁହେଁ ହେଉଛନ୍ତି ମହେଶ ଭଟ୍ଟ ଏବଂ ରିୟା ଚକ୍ରବର୍ତ୍ତୀ ।

mahesh bhattନିକଟରେ ମହେଶ ନିଜର ୭୫ ତମ ଜନ୍ମଦିନ ପାଳନ କରିଛନ୍ତି । ମହେଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇ କିଛି ଫଟୋ ସେୟାର୍ କରିଥିଲେ ରିୟା । ଆଉ ଏହି ଫଟୋ କିଛି ସାଧାରଣ ଫଟୋ ନଥିଲା । ଉଭୟଙ୍କୁ ଫଟୋରେ ଟିକେ ରୋମାଂଟିକ୍ ଅନ୍ଦାଜରେ ଦେଖିବାକୁ ମିଳିଛି । ଯାହାକୁ ନେଇ ପୁଣି ୟୁଜର୍ ଉଭୟଙ୍କର ମଜାକ୍ ବନାଇଦେଇଛନ୍ତି । ଏପରିକି ଅନୁପ ଏବଂ ଜସଲିନଙ୍କ ସହ ସମାନ କରି କମେଂଟ୍ କରିଛନ୍ତି ।

ଏହା ସହ ପଢନ୍ତୁ ସପନା ଚୌଧୁରୀଙ୍କୁ ଟକ୍କର ଦେବାପାଇଁ ଷ୍ଟେଜରେ ଚଢିଗଲା ଛୋଟପିଲା , ଆଉ ତାପରେ କଣ ହେଲା ଦେଖନ୍ତୁ ଆପଣ ନିଜେ

ତେବେ ଏହି ଫଟୋ ପଛର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅର୍ଥାତ୍ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅଛି କିମ୍ବା କୌଣସି ସିନେମାର ଏହା ଏକ ଅଂଶ ତାହା ଜଣାପଡିନାହିଁ ।

mahesh bhattନିର୍ଦ୍ଦେଶନା ବ୍ଯତୀତ ମହେଶ ଭଟ୍ଟ ପ୍ରଯୋଜନା ଏବଂ ସ୍କ୍ରିପ୍ଟ ରାଇଟିଙ୍ଗ୍ କାମ ମଧ୍ୟ କରନ୍ତି । କ୍ୟାରିୟର୍ ହେଉ ବା ବ୍ୟକ୍ତିଗତ ଜୀବନ , ସବୁସ୍ଥାନରେ ମହେଶଙ୍କ ନାଁ ବିବାଦ ଘେରରେ ରହିଆସିଛି ।

ବଲିଉଡରେ ବୋଲ୍ଡ ସିନେମା ତିଆରି କରିବାରେ ମହେଶ ଭଟ୍ଟ ବେଶ୍ ଜଣାଶୁଣା । ତାଙ୍କର ମସାଲାଦାର ସିନେମା ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଥାଏ । ହେଲେ ସିନେମା ପରି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଡ୍ରାମାରେ ଭରପୁର । ରିଲ୍ ବ୍ୟତୀତ ରିୟଲ୍ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ମହେଶ୍ । ଏବେ ମହେଶଙ୍କ ଜନ୍ମଦିନ ଅବସରରେ ନଜର ପକାନ୍ତୁ ତାଙ୍କ ଜୀବନର କିଛି ରହସ୍ୟ ଉପରେ ।

ମହେଶଙ୍କ ବାପା ଥିଲେ ହିନ୍ଦୁ ଥିବା ବେଳେ ମା’ ଥିଲେ ମୁସଲମାନ୍ । ଖୁବ୍ କମ୍ ଲୋକ ଜାଣନ୍ତି ମହେଶ ଭଟ୍ଟଙ୍କର ବାପା ମା’ କେବେ ବିବାହ କରିନଥିଲେ । ଯାହାର ଗଭୀର ପ୍ରଭାବ ତାଙ୍କ ଜୀବନ ଉପରେ ମଧ୍ୟ ପଡିଥିଲା । ବୋଧେ ଏହି କାରଣ ଯୋଗୁଁ ନିଜ ଜୀବନରେ ବିବାହକୁ ବେଶୀ ଗୁରୁତ୍ୱ ଦେଇନାହାଁନ୍ତି ମହେଶ୍ । ନିଜ ବାପାଙ୍କଠାରୁ ସବୁବେଳେ ଦୂରତା ବନାଇରଖୁଥିଲେ ମହେଶ୍ ।

Parveen-and-Maheshକଲେଜରେ ପଢୁଥିବା ବେଳେ ଲେରିଏନ୍ ବ୍ରାଇଟ୍ ନାମକ ଜଣେ ଯୁବତୀଙ୍କ ପ୍ରେମରେ ପଡିଯାଇଥିଲେ ମହେଶ୍ । ପରେ ଲେରିଏନଙ୍କ ନାଁ ପରିବର୍ତ୍ତନ କରି କିରଣ ଭଟ୍ଟ ରଖିଥିଲେ । ପୂଜା ଭଟ୍ଟ ଏବଂ ରାହୁଲ୍ ଭଟ୍ଟ ମା’ ହେଉଛନ୍ତି କିରଣ । କିଛି ଦିନ ପରେ ସିନେମାରେ କାମ କରୁଥିବା ସମୟରେ ପରବୀନ୍ ବାବିଙ୍କୁ ପ୍ରେମ କରିବସିଥିଲେ ମହେଶ। ଯାହାର ପ୍ରଭାବ ତାଙ୍କ ବୈବାହିକ ଜୀବନ ଉପରେ ପଡିଥିଲା । କିନ୍ତୁ କିଛି ଦିନ ପରେ ପରବୀନ୍ ବାବିଙ୍କଠାରୁ ଦୂରେଇ ଯାଇଥିଲେ ମହେଶ । କୁହାଯାଏ କି ମହେଶ ଭଟ୍ଟଙ୍କ ସହ ସମ୍ପର୍କ ଭାଙ୍ଗିଯିବାରୁ ପରବୀନ୍ ମାନସିକ ସନ୍ତୁଳନ ହରାଇବସିଥଲେ ।

mahesh _ soniଏହା ପରେ ମହେଶଙ୍କ ଜୀବନକୁ ଆସିଥିଲେ ସୋନୀ ରାଜଦାନ୍ । କିନ୍ତୁ କିରଣ ଏବଂ ମହେଶଙ୍କ ମଧ୍ୟରେ ଛାଡପତ୍ର ହୋଇନଥିଲା । ତେଣୁ ସୋନୀଙ୍କୁ ବିବାହ କରିବା ପାଇଁ ମୁସଲମାନ୍ ଧର୍ମ ଗ୍ରହଣ କରିଥିଲେ ମହେଶ । ଆଲିଆ ଏବଂ ଶାହିନଙ୍କ ମା’ ହେଉଛନ୍ତି ସୋନୀ ରାଜଦାନ୍ । ତେବେ ଏତିକିରେ ସରିନାହିଁ ମହେଶଙ୍କ ବିବାଦର କାହାଣୀ । ନିଜ ଝିଅ ପୂଜାଙ୍କୁ ନେଇ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ମହେଶ ଭଟ୍ଟ ।

ଷ୍ଟାରଡଷ୍ଟ ମାଗାଜିନ୍ ପାଇଁ ପୂଜାଙ୍କ ସହ ଏକ ଫଟୋସୁଟ୍ କରିଥିଲେ ମହେଶ । ଏହି ଫଟୋରେ ସେ ନିଜ ଝିଅ ପୂଜାଙ୍କ ଓଠକୁ କିସ୍ କରୁଥିବାର ନଜର ଆସିଥିଲେ । ଯାହାକୁ ନେଇ  ବିବାଦ ଭିତରକୁ ଟାଣି ହୋଇଯାଇଥିଲେ ମହେଶ । କେବଳ ସେତିକି ନୁହେଁ, ପୂଜାଙ୍କୁ ନେଇ ଏକ ବଡ ବୟାନ୍ ଦେଇ ଚାଂଚଲ୍ଯ ସୃଷ୍ଟି କରିଥିଲେ ମହେଶ । ଏକ ସାକ୍ଷାତକାରରେ କହିଥିଲେ ପୂଜା ଯଦି ମୋ ଝିଅ ହୋଇନଥାନ୍ତା ତେବେ ତାଙ୍କୁ ବିବାହ କରିଥାନ୍ତି । ତେବେ ବିବାଦ ଯେତେ ବଡ ହେଉନା କାହିଁକି ମହେଶ୍ ଆଜି ବି ସେସବୁକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.