Below header

ରାଜ୍ୟରେ ଖୋଲିଲା ସମସ୍ତ ଦୋକାନ, ଉଭୟ ବେପାରୀ ଓ ଗ୍ରାହକ ବେଶ୍‌ ଖୁସି, କଟକଣା ନମାନିଲେ ବଢ଼ିବ ଅଡୁଆ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଖୋଲିଲା ସମସ୍ତ ଦୋକାନ। କାଟାଗୋରୀ-A ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଡ଼ିଲା ବସ। ଦୁଇ ମାସ ପରେ ଗଡ଼ିଛି ବସ୍‌। ସିଟ୍‌ କ୍ଷମତା ଅନୁସାରେ ବସ୍‌ ଚଳାଚଳ କରୁଛି। ସେହିପରି ଟାକ୍ସି ଓ ଅଟୋ ରିକ୍ସାକୁ ଅନୁମତି ମିଳିଛି । ଡ୍ରାଇଭରଙ୍କ ସହ କେବଳ ଦୁଇ ଜଣ ଯାଇପାରିବେ। ରାଜ୍ୟରେ ଜୁଲାଇ ୧୬ ଚାରିଖ ଯାଏଁ ଆଂଶିକ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ କ୍ୟାଟେଗୋରୀ-A ଅନ୍ତର୍ଗତ ୨୦ ଜିଲ୍ଲାରୁ ସପ୍ତାହାନ୍ତ ସଟଡାଉନ୍‌ ଉଠାଇ ଦିଆଯାଇଛି ।

୧୦ ଜିଲ୍ଲାରେ ବଳବତ୍ତର ରଖାଯାଇଛି କଟକଣା। କାଟାଗୋରୀ-A ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ଖୋଲା ରହିବ । କାଟାଗୋରୀ-Bରେ ସକାଳ ୬ଟାରୁ ଦିନ ୨ଟା ଯାଏ ଖୋଲିବ ଦୋକାନ। ସମସ୍ତ ଦୋକାନ ଖୋଲିବା ଫଳରେ ଉଭୟ ବେପାରୀ ଓ ଗ୍ରାହକ ବେଶ୍‌ ଖୁସି ଅଛନ୍ତି। ତେବେ ମଲ୍‌, ସ୍ପା, ବିୟୁଟି ପାର୍ଲର, ଜିମ୍‌ ଓ ଯୋଗସେଣ୍ଟର ଖୋଲିବାକୁ ଅନୁମତି ମିଳିନି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.