ଭୁବନେଶ୍ୱର ଆଇଡି ମାର୍କେଟରେ ଥିବା ବିଶାଲ ମେଗା ମାର୍ଟ ଓ ନୟାପଲ୍ଲୀସ୍ଥିତ ବିଗ୍ ବଜାର ସିଲ୍‌

ଭୁବନେଶ୍ବର(କେନ୍ଯୁଜ୍): ବିଶାଲ ମେଗା ମାର୍ଟ ସିଲ୍‌। ଭୁବନେଶ୍ୱର ଆଇଡି ମାର୍କେଟରେ ଥିବା ବିଶାଲ ମେଗା ମାର୍ଟ ସିଲ୍‌ କରାଯାଇଛି। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ BMCର ଏନ୍‌ଫୋର୍ସମେଣ୍ଟ ସ୍କ୍ଵାଡ ପକ୍ଷରୁ ମଲ୍‌କୁ ସିଲ୍‌ କରାଯାଇଛି। ଏହା ସହ ୫ ହଜାର ଟଙ୍କା ଫାଇନ୍‌ କରାଯାଇଛି। ସେହିପରି ନୟାପଲ୍ଲୀ କ୍ରିଷ୍ଣା ପ୍ଲାଜାରେ ଥିବା ବିଗ୍ ବଜାର ସପିଂ ମଲ୍ ମଧ୍ଯ ସିଲ୍ କରାଯାଇଛି ।

ସୂଚନା ଥାଉକି ଆଜି ରାଜ୍ୟରେ ଖୋଲିଛି ସମସ୍ତ ଦୋକାନ। କାଟାଗୋରୀ-A ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ଖୋଲା ରହିବ । କାଟାଗୋରୀ-Bରେ ସକାଳ ୬ଟାରୁ ଦିନ ୨ଟା ଯାଏ ଖୋଲିବ ଦୋକାନ। ସମସ୍ତ ଦୋକାନ ଖୋଲିବା ଫଳରେ ଉଭୟ ବେପାରୀ ଓ ଗ୍ରାହକ ବେଶ୍‌ ଖୁସି ଅଛନ୍ତି। ତେବେ ମଲ୍‌, ସ୍ପା, ବିୟୁଟି ପାର୍ଲର, ଜିମ୍‌ ଓ ଯୋଗସେଣ୍ଟର ଖୋଲିବାକୁ ଅନୁମତି ମିଳିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.