ବଣାଇ ରେଞ୍ଜ ବଡପୋଷ ଗାଁରେ ପଶିଲା ମାଇ ହାତୀ: ବିଦ୍ୟୁତ ସରବରାହ ବନ୍ଦ, କରାଯାଉଛି ଟ୍ରାକିଂ

ବଣାଇ(କେନ୍ଯୁଜ୍) : ଗାଁ ମଝିରେ ହାତୀ। ଗ୍ରାମବାସୀ ଭୟଭୀତ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ବଡପୋଷ ଗାଁ ମଝିରେ ମାଇ ହାତୀ ପଶିଥିବାରୁ ଗାଁ ଲୋକ ଭୟଭୀତ ହୋଇଛନ୍ତି। କୁଳିପୋଷ ରେଞ୍ଜର ସାନଜଲ ଗାଁ ଆଡୁ ଏକ ମାଇ ହାତୀ ରାତିରେ ବଡପୋଷ ଗାଁ ମଝିରେ ପଶିଥିଲା।

ବଣାଇ ରେଞ୍ଜର, ଫରେଷ୍ଟର ଓ ଷ୍ଟାଫ୍‌ ଘଟଣାସ୍ଥଳରେ ପହଁଞ୍ଚି ହାତୀକୁ ଘଉଡାଉଛନ୍ତି। ହାତୀକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି। ଗତକାଲି କୋଇଡ଼ା ଶଙ୍ଖପଡ଼ା ଗାଁରେ ଜଣେ ଲୋକଙ୍କୁ ହାତୀ ମାରିଦେଇଛି। ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ଆଜି ବନ ବିଭାଗ ଆଖପାଖ ଗାଁ ଗୁଡ଼ିକରେ ବିଦ୍ୟୁତ ସରବରାହ ବନ୍ଦ ରଖିଥିବା ବେଳେ ହାତୀକୁ ଟ୍ରାକିଂ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.