Below header

କୋଭିଡ୍‌ କଟକଣା ଭିତରେ ଆଜିଠୁ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ, କେବଳ ଡବଲ ଡୋଜ୍‌ ଟିକା ନେଇଥିବା ଭକ୍ତଙ୍କୁ ଅନୁମତି

ଭୁବନେଶ୍ୱର(କେନ୍ଯୁଜ୍): କୋଭିଡ୍‌ କଟକଣା ଭିତରେ ମନ୍ଦିର ମାଳିନୀ ଭୁବନେଶ୍ୱରରେ ଆଜିଠୁ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ। କେବଳ ଡବଲ ଡୋଜ୍‌ ଟିକା ନେଇଥିବା ଭକ୍ତଙ୍କୁ ଧର୍ମାନୁଷ୍ଠାନକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏକାଥରକେ ୨୫ଜଣ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ।

ସମସ୍ତେ କୋଭିଡ୍‌ କଟକଣା ମାନିବା ସହ ସାମାଜିକ ଦୂରତା ବଜାୟ ରଖିବେ । ବରିଷ୍ଠ ନାଗରିକ, ଛୋଟ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ମନା। କରୋନା ମହାମାରୀ ଯୋଗୁଁ ରାଜଧାନୀରେ ପ୍ରାୟ ୩ ମାସ ଧରି ସବୁ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। ମନ୍ଦିର ସହ ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାରା ସହ ଅନ୍ୟ ଧର୍ମାନୁଷ୍ଠାନ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି। ସେପ୍‌ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ମହାମାରୀ ଯୋଗୁଁ ରାଜଧାନୀରେ ପ୍ରାୟ ୩ମାସ ଧରି ସବୁ ମନ୍ଦିର ବନ୍ଦ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.