ଶ୍ରାବଣ ଗଲା ହେଲେ ଆକାଶରୁ ଝରିଲାନି ବର୍ଷା: ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ରେକର୍ଡ

ଭୁବନେଶ୍ବର(କେନ୍ଯୁଜ୍): ଶ୍ରାବଣ ଗଲା । ଆକାଶରୁ ଝରିଲାନି ବର୍ଷା । ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ । ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ୯୦ ପ୍ରତିଶତ ଜିଲ୍ଲାରେ ବର୍ଷା ସ୍ୱାଭାବିକଠାରୁ କମ୍‌ ରହିଛି। ଜୁନରୁ ଆଜି ସୁଦ୍ଧା ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍‌ ବର୍ଷା ହୋଇଛି । ୨୨ଟି ଜିଲ୍ଲାରେ ୧୯ରୁ ୩୯ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲା ୩୯ରୁ ୫୯ ପ୍ରତିଶତ କମ ବର୍ଷା ହୋଇଛି।

ଯାଜପୁରରେ ୫୪, ଭଦ୍ରକରେ ୫୦, ବଲାଙ୍ଗିରରେ ୪୩, ଅନୁଗୁଳ ୪୦ ଓ କେନ୍ଦୁଝର ୪୨ ପ୍ରତିଶତ କମ୍‌ ବର୍ଷା ହୋଇଛି। ଜୁନ ମାସରେ ୧୬ ପ୍ରତିଶତ, ଜୁଲାଇରେ ୨୧ ପ୍ରତିଶତ ଓ ଅଗଷ୍ଟରେ ଆଜି ସୁଦ୍ଧା ୫୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ହାରାହାରି ନିଅଣ୍ଟ ପରିମାଣ ରହିଛି ୩୦ ପ୍ରତିଶତ। କେବଳ ମାଲକାନଗିରି, କୋରାପୁଟ ଓ ନୂଆପଡ଼ାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.