Below header

ଭିଭୋ ଲଞ୍ଚ୍ କଲା ନୂଆ ସ୍ମାର୍ଟଫୋନ୍, ଜାଣନ୍ତୁ କଣ ରହିଛି ଏହାର ଡିଜାଇନ୍

ଗ୍ଲୋବାଲ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ଏକ ନୂଆ ୫ଜି ସ୍ମାର୍ଟଫୋନ୍ ୱାଇ ୨୧ ଲଞ୍ଚ୍ କରିଛି । ଏହା ଏବେ ଅନଲାଇନ୍ ଏବଂ ଅଫଲାଇନରେ ୧୫,୪୯୦ ଟଙ୍କାରେ ଉପଲବ୍ଧ । ଏହି ସ୍ମାର୍ଟଫୋନ୍ ୪ଜିବି + ୧୨୮ଜିବି ସହିତ ଆସୁଛି । ଖୁବ ଶୀଘ୍ର ଏହାର ୪ ଏବଂ ୬୪ ଜିବି ଭେରିଏଣ୍ଟ ମଧ୍ୟ ଉପଲବ୍ଧ ହେବ । ଭିଭୋ ଇଣ୍ଡିଆା କହିଛି ଯେ ଏହି ସେଗମେଣ୍ଟର ଏହା ସବୁଠାରୁ ପତଳା ସ୍ମାର୍ଟଫୋନ୍ । ଏଥିରେ ୫ ହଜାର ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି । କମ୍ପାନୀ କହିଛି ଯେ ଆଜିର ଯୁବପିଢୀଙ୍କୁ ନଜରରେ ରଖି ଏହି ସ୍ମାର୍ଟଫୋନ୍ ପ୍ରସ୍ତୁତ କରାଯାଇଛି । ଏହା ଏକ ଅଲରାଉଣ୍ଡର ସ୍ମାର୍ଟଫୋନ୍ ବୋଲି କହିଛି କମ୍ପାନୀ ।

ଏଥିରେ ୬.୫୧ ଇଞ୍ଚର ଏଚଡି ପ୍ଲସ୍ ଡିସପ୍ଲେ ଦିଆଯାଇଛି । ଏହି ସ୍ମାର୍ଟଫୋନ୍ ୧୮ ଡବ୍ଲୁ ଫାଷ୍ଟ ଚାର୍ଜ ସହିତ ୫ ହଜାର ଏମଏଏଚ୍ ବ୍ୟାଟେରୀ ସହିତ ଆସୁଛି । ଡିଭାଇସରେ ୧୩ ମେଗାପିକ୍ସେଲର ପ୍ରାଇମେରୀ ସେନ୍ସର ଓ ୨ ମେଗାପିକ୍ସେଲର ସୁପର ମାକ୍ରୋ କ୍ୟାମେରା ରହିଛି । ଫିଲ୍ଟର ପାଇଁ କ୍ୟାମେରାରେ ଅନେକ ଫିଚର୍ସ ରହିଛି । ଏହି ଡିଭାଇସର ଫ୍ରଣ୍ଟରେ ଏଆଇ ବ୍ୟୁଟିଫିକେସନ ମୋଡ ସହିତ ୮ ଏମପି ପିକ୍ସେଲର ସେଲ୍ଫି କ୍ୟାମେରା ରହିଛି ।

ଏହି ଫୋନ୍ ମିଡିଆଟେକ୍ ହିଲିଓ P35 ପ୍ରୋସେସର, ୧୨୮ ଜିବି ମେମୋରୀ କ୍ଷମତା ଓ ଆଣ୍ଡ୍ରଏଡ୍ ୧୧ରେ ଆଧାରିତ ଫନଟଚ୍ ଓଏସ୍ ୧୧.୧ ସହିତ ଆସୁଛି । ଏହି ସ୍ମାର୍ଟଫୋନ୍ ମିଡନାଇଟ୍ ବ୍ଲୁ ଓ ଡାଇମଣ୍ଡ ଗ୍ଲୋ ରଙ୍ଗରେ ଉଲବ୍ଧ । ଏହା ଆମାଜନ, ଫ୍ଲପକାର୍ଟ, ପେଟିଏମ୍, ଟାଟାକ୍ଲିକ୍, ବଜାଜ ଫିନସର୍ଭ ଇଏମଆଇ ଷ୍ଟୋର ଓ ସମସ୍ତ ପାର୍ଟନର ରିଟେଲ୍ ଷ୍ଟୋରରେ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.