Below header

ଯୁବତୀ ଅସଦାଚରଣ ଘଟଣା : ହାଜର ହେବା ପାଇଁ ମହିଳା ଥାନାରୁ ଆୟୁଷ ନିର୍ଦ୍ଦେଶକଙ୍କୁ ନୋଟିସ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଜଣେ ଠିକା ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇ ଅଡୁଆରେ ଫସିଥିବା ଆୟୁଷ ନିର୍ଦେଶକଙ୍କୁ ନୋଟିସ । ଥାନାରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ନୋଟିସ ଜାରି କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ । ଆୟୁଷ ନିର୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କ ବିରୋଧରେ ଜଣେ ମହିଳା କର୍ମଚାରୀ ଅସଦାଚରଣ କରିଥିବା ନେଇ ଗତକାଲି ଅଭିଯୋଗ କରିଥିଲେ ।

ସେପଟେ ଆଜି ବିଭୁ ପ୍ରସାଦ ସଂପୃକ୍ତ ଯୁବତୀଙ୍କ ନାମରେ ପାଲଟା ଅଭିଯୋଗ ଦେଇଛନ୍ତି । ପୂରା ଘଟଣାର ସତ୍ୟାସତ୍ୟ କଣ ତାକୁ ନେଇ ତଦନ୍ତ ଚାଲିଛି ବୋଲି ଆଜି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ।

ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ମହିଳା ଥାନାରେ ଏକ ମାମଲା ହୋଇଛି । ୩୫୪ (ଡି) ଆଇପିସି ଏବଂ ୬୭ ଆଇଟି ଆକ୍ଟରେ ମାମଲା ରୁଜ୍ଜୁ ହୋଇଛି । ନିଜ ପକ୍ଷ ରଖିବାକୁ ଅଭିଯୁକ୍ତଙ୍କୁ ନୋଟିସ କରାଯାଇଛି । ତଦନ୍ତକାରୀ ଅଫିସରଙ୍କ ପାଖରେ ତାଙ୍କ ପକ୍ଷ ରଖିବାକୁ ନିର୍ଦେଶ ଦିଆଯାଇଛି । ଅଭିଯୁକ୍ତଙ୍କ ପକ୍ଷରୁ ଗତକାଲି କ୍ୟାପିଟାଲ ଥାନାରେ ପାଲଟା ଅଭିଯୋଗ କରାଯାଇଛି । ଅଭିଯୋଗର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.