Below header

୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ସହରାଞ୍ଚଳ ସଟ୍‌ଡାଉନ୍‌, ଟ୍ୱିଟ କରି ସୂଚନା ଦେଲେ ଜିଲ୍ଲାପାଳ

ଗଞ୍ଜାମ (କେ.ନ୍ୟୁଜ): ଗଞ୍ଜାମ ଜିଲ୍ଲାରେ ଚଳିତ ନଅ ତାରିଖ ଠାରୁ ତେର ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଟ୍ବିଟ୍ କରି ଜିଲ୍ଲାପାଳ ଏହି ସୂଚନା ଦେବା ସହ ବ୍ରହ୍ମପୁର ମହାନଗର, ସମସ୍ତ ଏନ୍ ଏ ସି ଅଞ୍ଚଳ ଏବଂ ବ୍ଲକ ହେଡ୍ କ୍ବାଟର ଅଞ୍ଚଳରେ ଲୋକଙ୍କ ସ୍ବାସ୍ଥ୍ୟ ସ୍ର୍କିନିଂ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଦିନକୁ ଦିନ କରୋନା ସଂକ୍ରମିତ ବୃଦ୍ଧି ପାଇବାରେ ଲାଗିଛି। ଏଣୁ କରୋନା ଚେନ୍କୁ ଭାଙ୍ଗିବା ପାଇଁ ତଥା କୋଭିଡ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି।

ସୂଚନାଯୋଗ୍ୟ ଯେ ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଖାସ୍‌ କରି ଅନ୍‌ଲକ୍‌ ଘୋଷଣା ହେବା ଦିନଠୁ ଏହି ହାର ବଢ଼ିବାରେ ଲାଗିଛି। ରାଜ୍ୟର ସବୁଠାରୁ ଅଧିକ କରୋନା ରୋଗୀ ଗଞ୍ଜାମରେ ଥିବାରୁ ସଂକ୍ରମଣ ରୋକିବାକୁ ଜିଲ୍ଲାପାଳଙ୍କ ତରଫରୁ ଏଭଳି ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.