Below header

୭ ଜଣ କର୍ମଚାରୀ କରୋନା ପଜିଟିଭ ପରେ ସିଲ ହେଲା ଟେକ ମହିନ୍ଦ୍ରା ଅଫିସ

ଭୁବନେଶ୍ଵର(କେନ୍ୟୁଜ ବ୍ୟୁରୋ): ଭୁବନେଶ୍ଵର ମୈତ୍ରୀ ବିହାର ଅଞ୍ଚଳରୁ ୭ ଜଣ କର୍ମଚାରୀ କରୋନା ପଜିଟିଭ ବାହାରିବା ପରେ ସାନିଟାଇଜେସନ କରାଯାଇ ମଙ୍ଗଳବାର ବିଏମସି ଟେକ୍ ମହିନ୍ଦ୍ରା ଲିମିଟେଡର କାର୍ଯ୍ୟାଳୟକୁ ସିଲ୍ କରିଛି । ସୂଚନା ଅନୁଯାୟୀ କମ୍ପାନୀର ୬୭ ଜଣ କର୍ମଚାରୀଙ୍କୁ ୧୪ ଦିନ ପାଇଁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ପର‌୍ୟ୍ୟନ୍ତ ବିଏମସି ଅଞ୍ଚଳରେ ପ୍ରାୟ ୪୭୯ ଜଣ ବ୍ୟକ୍ତି କରୋନା ପଜିଟିଭ ବାହାରିଥିବା ବେଳେ ସେଥିମଧ୍ୟରୁ ୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୨୭୭ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ବିଏମସି ଅଂଚଳରେ ୧୯୫ଟି ଆକ୍ଟିଭ କେସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.