Below header

ବେଆଇନ୍ ଭାବରେ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ଅଭିଯୋଗ, ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବେଆଇନ୍ ଭାବରେ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ଅଭିଯୋଗ। ପୀଡ଼ିତା ଗର୍ଭ ନଷ୍ଟ ପାଇଁ ଔଷଧ ଖାଇବା ପରେ ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏହା ପରେ ଗର୍ଭ ନଷ୍ଟ ସମ୍ପର୍କରେ ଜଣା ପଡିଥିଲା । ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକ ।

ସୁନ୍ଦରଗଡ଼ (କେନ୍ୟୁଜ): ଆୟୁଷ ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ । ବେଆଇନ୍ ଭାବରେ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ଅଭିଯୋଗ । ଥାନାରେ ପୀଡିତାଙ୍କ ମାଆ ଲିଖିତ ଅଭିଯୋଗ କରିବା ପରେ ତନାଘନା ତଦନ୍ତ ଚାଲିଛି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ବଡ଼ଗାଁମାଲ ଗାଁରେ ଏହି ଘଟଣା ଘଟିଛି । ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ କରାଇବା ଅଭିଯୋଗରେ ଗତ ୨୭ ତାରିଖରେ ଅଭିଯୁକ୍ତ କୁନୁ କିଷନକୁ ପୋଲିସ ଗିରଫ କରିଥିଲା ।

ଏହାପରେ ପୀଡ଼ିତାଙ୍କୁ ଗୋପନରେ କୁମୁଟିମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ବେଆଇନ ଭାବେ ତାଙ୍କୁ ଔଷଧ ଦେଇ ଗର୍ଭ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଔଷଧ ଖାଇବା ପରେ ଝିଅ ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏହା ପରେ ଗର୍ଭ ନଷ୍ଟ ସମ୍ପର୍କରେ ଜଣା ପଡିଥିଲା । ସଂପୃକ୍ତ ଆୟୁଷ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକ । ତଦନ୍ତ ଚାଲିଥିବା ବେଳେ ପୋଲିସ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.