ମୌସୁମୀରେ ନାହିଁ ବର୍ଷାର ଦେଖା, ଅଗଷ୍ଟ ମାସରେ ପୁରୀରେ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ

ଅଗଷ୍ଟ ମାସରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ବା ତାଠାରୁ ଉପରେ ରହିଛି । ୨୮ ତାରିଖରେ ପୁରୀ ସହରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଯାହାକି ୧୮୯୨ ମସିହା ପରଠୁ ଅଗଷ୍ଟ ମାସରେ ଦ୍ବିତୀୟ ସର୍ବାଧିକ ଦିନ ତାପମାତ୍ରା ।

ଭୁବନେଶ୍ୱର (କେନ୍ୟୁଜ): ମୌସୁମୀ ଋତୁରେ ବର୍ଷାରେ ଦେଖା ନାହିଁ । ଅନୁଭୂତ ହେଉଛି ତାତି । ଅଗଷ୍ଟ ମାସରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ବା ତାଠାରୁ ଉପରେ ରହିଛି । ୨୮ ତାରିଖରେ ପୁରୀ ସହରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଯାହାକି ୧୮୯୨ ମସିହା ପରଠୁ ଅଗଷ୍ଟ ମାସରେ ଦ୍ବିତୀୟ ସର୍ବାଧିକ ଦିନ ତାପମାତ୍ରା । ଏହା ୧୩୧ ବର୍ଷରେ ଦ୍ବିତୀୟ ଉତ୍ତପ୍ତ ଦିନ ।

ସେହିପରି ପାଖାପାଖି ୯ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲିସିୟସ ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ଏଥିଯୋଗୁ ଗୁଳୁଗୁଳି ବଢ଼ିବା ସହ ତାପମାତ୍ରା ଅସହ୍ୟ ହେଉଛି । ଚଳିତ ମୌସୁମୀ ଋତୁରେ ଏଯାଏ ୧୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ ୧ରୁ ଅଗଷ୍ଟ ୨୯ ତାରିଖ ମଧ୍ୟରେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ଅନ୍ୟ ୧୮ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.