Below header

ଆଜି କେମିତି କଟିବ ଦିନ, ଜାଣନ୍ତୁ ଆଜିର ରାଶିଫଳ

ସାଙ୍ଗମାନଙ୍କଠାରୁ ଖୁସି ଖବର ଶୁଣିବାକୁ ମିଳିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଜୀବନରେ ଆସୁଥିବା ବାଧା ଦୂର ହେବ। କୋର୍ଟ ମାମଲାରେ ସଫଳତା ମିଳିବ। ଧନଲାଭର ଯୋଗ ରହିଛି।

ମେଷ: କାର୍ଯ୍ୟକ୍ଷେତ୍ରରେ କୌଣସି ବିଶେଷ ପଦ କିମ୍ବା ଦାୟିତ୍ୱ ମିଳିପାରେ। ଯଦି ଆପଣ ନିଜ କାର୍ଯ୍ୟରେ ପୂର୍ଣ୍ଣ ପ୍ରୟାସ କରିବେ, ତେବେ ଆପଣ ସଫଳ ହେବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ।

ବୃଷ: କାର୍ଯ୍ୟସ୍ଥଳରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ସହଭାଗୀମାନଙ୍କଠାରୁ ସତର୍କ ରୁହନ୍ତୁ। ପରିବାର ସହିତ ଭଲ ସମ୍ପର୍କ ରଖନ୍ତୁ। ସାଙ୍ଗମାନଙ୍କଠାରୁ ଖୁସି ଖବର ଶୁଣିବାକୁ ମିଳିବ।

ମିଥୁନ: ନୂଆ କାମ ଆରମ୍ଭ କରୁଥିଲେ, ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନଟି ବହୁତ ଭଲ। ଜୀବନରେ ଆସୁଥିବା ବାଧା ଦୂର ହେବ।

କର୍କଟ: ଆଜିର ଦିନ ଭଲ ରହିବ। ବିଦେଶ ଯାତ୍ରାରେ ଯାଇପାରନ୍ତି। କୋର୍ଟ ମାମଲାରେ ସଫଳତା ମିଳିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ପରିବାରରେ ମାନ ସମ୍ମାନ ବଢ଼ିବ। ସାଥୀଙ୍କ ସହଯୋଗ ମିଳିବ।

ସିଂହ: ଆଜିର ଦିନ ଆପଣଙ୍କ ପାଇଁ ଖୁସିରେ ଭରି ରହିବ। ଠିକ୍‌ ଢଙ୍ଗରେ କାମ କଲେ, ସଫଳତା ନିଶ୍ଚୟ ହାସଲ କରିବେ। ଆଜି ଆପଣଙ୍କ ରାଶିରେ ଧନଲାଭର ଯୋଗ ରହିଛି।

କନ୍ୟା: ଚାକିରି ପାଇବାରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଲାଭ ମିଳିବ। ପରିବାରରେ ପୁରୁଣା ବିବାଦ ଶେଷ ହେବ। ସଙ୍ଗୀତ ପ୍ରତି ରୁଚି ବଢ଼ିବ।

ତୁଳା: ଆର୍ଥିକ ସ୍ଥିତିରେ ସୁଧାର ହେବ। ଆଜି ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। ନିଜ କଥାରେ ଆପଣ ଲୋକଙ୍କ ହୃଦୟ ଜିତିବେ। ବିକାଶର ନୂଆ ରାସ୍ତା ଖୋଲିପାରେ।

ବିଛା: ଆର୍ଥିକ ଲାଭ ହୋଇପାରେ। ଆଜି ବ୍ୟବସାୟରେ ଅଧିକ ନିବେଶ କରନ୍ତୁ ନାହିଁ। ବ୍ୟବସାୟ କ୍ଷେତ୍ରରେ ଆପଣ ନିଜର ଏକ ପରିଚୟ ସୃଷ୍ଟି କରିବେ। ପତିପତ୍ନୀଙ୍କ ପାଇଁ ଆଜିର ଦିନଟି ଭଲ।

ଧନୁ: ଆଜିର ଦିନ ଆପଣଙ୍କ ବ୍ୟକ୍ତିତ୍ୱ ଫୁଟି ଉଠିବ। ଭଲ ବ୍ୟକ୍ତିତ୍ୱ ଆପଣଙ୍କୁ ସମାଜରେ ଏକ ଭିନ୍ନ ପରିଚୟ ଦେବାରେ ସାହାଯ୍ୟ କରିବ। ଏହି ରାଶିର ଲୋକଙ୍କ ପାଇଁ ଦିନଟି ଲାଭଦାୟକ ରହିବ।

ମକର: ଆଜି ଆପଣ କୌଣସି ବଡ଼ ଖର୍ଚ୍ଚ କରିବା ଉଚିତ୍ ନୁହେଁ। ଆଜିର ଦିନ ଏକ ଆନନ୍ଦଦାୟକ ଦିନ ହେବ। ନିଜ ଲୋକଙ୍କ ସହିତ କିଛି ସମୟ ବିତାଇ ଆପଣ ଭଲ ଅନୁଭବ କରିବେ।

କୁମ୍ଭ: ଆଜିର ଦିନ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଆଜି ଅଫିସରେ ବସ୍ ଆପଣଙ୍କ କାର୍ଯ୍ୟରେ ଖୁସି ହୋଇପାରନ୍ତି ଏବଂ ପୁରସ୍କାର ସ୍ୱରୂପ ପଦୋନ୍ନତି ଦେଇପାରନ୍ତି।

ମୀନ: ଆପଣ ଆଜି ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କଠାରୁ ସାହାଯ୍ୟ ପାଇବେ। ନିଜ କାମକୁ ଅଣଦେଖା କରିବା ଠିକ୍ ନୁହେଁ। ଏଥିପାଇଁ କାମ ଉପରେ ପୂରା ଧ୍ୟାନ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.