କନିଷ୍ଠ ଶିକ୍ଷୟତ୍ରୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗ, ଖଣ୍ଡନ କଲେ ପ୍ରଧାନଶିକ୍ଷକ

କଥାରେ ଅଛି ଗୁରୁହିଁ ସାକ୍ଷାତ ଈଶ୍ୱର । ସବୁ ପିଲାମାନଙ୍କ ପାଇଁ ଗୁରୁଙ୍କ ଭୂମିକା ଅତି ଗୁରୁତ୍ୱ ବହନ କରେ । ଜୀବନର ଅନେକ କିଛି କଥା ଗୁରୁଙ୍କ ଠାରୁ ଶିଖିବାକୁ ମିଳିଥାଏ । ଆଉ ଯଦି ସେହି ଗୁରୁ-ଗୁରୁ ନିଜ ଭିତରେ ଟଣା ଟଣି ହେବେ, ଅରୋପ ପ୍ରତ୍ୟାରୋପ କରିବେ, ତେବେ ବିଦ୍ୟାଳୟ ଭଳି ଶୈକ୍ଷିକ ବାତାବରଣ ଯେ କେତେ ପ୍ରଭାବିତ ହେବ ତାହା ସମସ୍ତଙ୍କୁ ଜଣା । ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ଯାଜପୁର(କେନ୍ୟୁଜ): କଥାରେ ଅଛି ଗୁରୁହିଁ ସାକ୍ଷାତ ଈଶ୍ୱର । ସବୁ ପିଲାମାନଙ୍କ ପାଇଁ ଗୁରୁଙ୍କ ଭୂମିକା ଅତି ଗୁରୁତ୍ୱ ବହନ କରେ । ଜୀବନର ଅନେକ କିଛି କଥା ଗୁରୁଙ୍କ ଠାରୁ ଶିଖିବାକୁ ମିଳିଥାଏ । ଆଉ ଯଦି ସେହି ଗୁରୁ-ଗୁରୁ ନିଜ ଭିତରେ ଟଣା ଟଣି ହେବେ, ଅରୋପ ପ୍ରତ୍ୟାରୋପ କରିବେ, ତେବେ ବିଦ୍ୟାଳୟ ଭଳି ଶୈକ୍ଷିକ ବାତାବରଣ ଯେ କେତେ ପ୍ରଭାବିତ ହେବ ତାହା ସମସ୍ତଙ୍କୁ ଜଣା । ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ଜଣେ କନିଷ୍ଠ ଶିକ୍ଷୟତ୍ରୀଙ୍କ ପ୍ରତି ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶାଳୀନ ବ୍ୟବହାର କରିବା ସହିତ ଲୋକ ଲଗାଇ ମାଡ଼ ମରିଥିବା ନେଇ ଥାନାରେ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମୁରାରୀପୁରସ୍ଥିତ ଗୋପଳଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ଶିକ୍ଷୟତ୍ରୀ ପ୍ରିୟଙ୍କା ରାଉତ ଦୀର୍ଘ ଦୁଇ ବର୍ଷ ହେବ ଏହି ବିଦ୍ୟାଳୟରେ କନିଷ୍ଠ ଶିକ୍ଷୟତ୍ରୀ ଭାବରେ ନିଯୁକ୍ତି ହୋଇଛନ୍ତି । ଦେଢ଼ ବର୍ଷ ହେବ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସେଠୀ ତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ଗାଳି ଗୁଲଜ ଓ ତାଙ୍କ ଚରିତ୍ରକୁ ନେଇ ମଧ୍ୟ ଆକ୍ଷେପ କରି କହୁଥିଲେ । ଯାହାକୁ ନେଇ ସୁଶ୍ରୀ ରାଉତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ପ୍ରଧାନଶିକ୍ଷକ ଶ୍ରୀ ସେଠୀ ଆକ୍ରୋଶ ମୂଳକ ଭାବ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପଠାଇ ତାଙ୍କୁ ମାଡ ମାରିଥିଲେ । ଯାହା ଫଳରେ ପ୍ରିୟଙ୍କା ତଳେ ପଡ଼ିଯିବା ସହିତ ତାଙ୍କ ମୁଣ୍ଡରେ ଆଘାତ ହୋଇଥିଲା । ଘଟଣାପରେ ସମ୍ପର୍କୀୟଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ଧର୍ମଶାଳା ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇ ଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ।

ଏପଟେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ମଧ୍ୟ ଥାନାରେ ଏକ ପାଲଟା ଅଭିଯୋଗ କରିଛନ୍ତି । ଡ୍ୟୁଟିରେ ଅବହେଳା କରିବା ସହ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଯୋଗୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଉତକ୍ଷିପ୍ତ ହୋଇ ଏପରି କରିଥିବା ସେ କହିଛନ୍ତି । ମାଡ଼ ମରାଯିବା ଅଭିଯୋଗକୁ ଖଣ୍ଡନ କରିବା ସହ ଉଦ୍ଦେଶ୍ୟମୂଳକ ଭାବେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଏପରି ଅଭିଯୋଗ ଆଣିଥିବା କହିଛନ୍ତି । ଅନ୍ୟପକ୍ଷରେ ପ୍ରଧାନ ଶିକ୍ଷକଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ସ୍ଥାନୀୟ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି । ଶିକ୍ଷାନୁଷ୍ଠାନକୁ ବଦନାମ କରିବା ପାଇଁ ଅପଚେଷ୍ଟା କରାଯାଉଥିବା ବେଳେ ଏହାର ଉପଯୁକ୍ତ ତଦନ୍ତ କରିବାକୁ ଦାବି କରିଛନ୍ତି । ତେବେ ଏହି ଏଭଳି ସଙ୍ଗୀନ ମାମଲାରେ କିଏ ସତ କହୁଛି ଆଉ କିଏ ମିଛ କହୁଛି ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.