ନବୀନ ନିବାସରେ କଳାକାର, ନିର୍ବାଚନ ପ୍ରଚାରକୁ ଓହ୍ଲାଇବେ କି କଳାକାର ?

ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା କିଛି ନୂଆ କଥା ।  ମନୋରଞ୍ଜନ ଜଗତର କିଛି କଳାକାରଙ୍କୁ ଦେଖିବାକୁ ମିଳିଥିଲା ।

ଭୁବନେଶ୍ୱର : ବିଜେଡି ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଜଣାଶୁଣା ଓଲିଉଡ ଷ୍ଟାର । ୨୪ ନିର୍ବାଚନରେ ସିନେ ଷ୍ଟାରଙ୍କୁ ବିଜେଡି ପ୍ରାର୍ଥୀ କରିନଥିଲେ ମଧ୍ୟ ସେମାନେ ପ୍ରଚାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ । ଅଧିକରୁ ଅଧିକ ସମର୍ଥନ ଯୋଗାଡ଼ ପାଇଁ ପ୍ରୟାସ କରିବେ । ଏଥିସହ ଲୋକଙ୍କ ନିକଟରେ ରାଜ୍ୟ ସରକାରଙ୍କ ରୂପାନ୍ତରଣ ସଫଳତାର ବାର୍ତ୍ତା ପହଞ୍ଚାଇବେ । ଆଜି ଡକରା ପାଇ ବହୁ କଳାକାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି ।

ଫିଲ୍ମ କଳାକାରଙ୍କ ସହ ଗୀତିକାରଙ୍କୁ ମଧ୍ୟ ଡକରା ଯାଇଛି। କମେଡିଆନ ଓ ୟୁଟ୍ୟୁବରମାନେ ମଧ୍ୟ ଆସିଥିଲେ। ଅଭିନେତା ବାବୁସାନ, ଭୂମିକା, ଅଶ୍ବିନୀ, ସୁପ୍ରିୟା, ଅମ୍ଲାନ ଦାସ, କମେଡିଆନ ସନ୍ତୁ, ଶଙ୍କର, ଲିପ୍ସା, ଦେବାଶିଷ, ନିକିତା, କମେଡ଼ିଆନ ଗୁଡ଼ୁ ପ୍ରମୁଖଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି ।

ଗତ ୨୦୧୯ ନିର୍ବାଚନରେ ବିଜେଡି ଟିକେଟରେ କେନ୍ଦ୍ରାପଡ଼ାରୁ ସାଂସଦ ହୋଇଥିଲେ ଅନୁଭବ ମହାନ୍ତି । ଏଥର କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଅନୁଭବ ବିଜେଡି ଛାଡ଼ିବା ପରେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ମଧ୍ୟ କିଛି ଷ୍ଟାରଙ୍କୁ ପ୍ରାର୍ଥୀ କରିଛି । ଆକାଶ ଦାସନାୟକ ବିଜେପିରୁ କୋରେଇ ଆସନରେ ପ୍ରାର୍ଥୀ ହୋଇଛନ୍ତି । ସେହିପରି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଆସନରେ ବିଜେପିରୁ ମଇଦାନକୁ ଓହ୍ଲାଇଛନ୍ତି । ସିନେ ଅଭିନେତା ମନୋଜ ମିଶ୍ରଙ୍କୁ ବଲାଙ୍ଗୀର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ । ୨୪ ନିର୍ବାଚନରେ ବିଜେଡି ଷ୍ଟାରଙ୍କୁ ଟିକେଟ ଦେଇନଥିଲେ ମଧ୍ୟ କଳାକାରମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଯୋଡ଼ି ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.