Below header

ଶଗଡଭଙ୍ଗା ଗାଁରେ ହତ୍ୟାକାଣ୍ଡ, ସମଲିଙ୍ଗୀ ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ

ବେଗୁନିଆ ବ୍ଲକ ଶଗଡଭଙ୍ଗା ଗାଁରେ ହତ୍ୟାକାଣ୍ଡ । ସମଲିଙ୍ଗୀ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଥିବା ସନ୍ଦେହ। ମୃତ ଯୁବକଙ୍କ ନାମ ରଶ୍ମିରଞ୍ଜନ ବଳିୟାରସିଂହ ।

ବେଗୁନିଆ : ବେଗୁନିଆ ବ୍ଲକ ଶଗଡଭଙ୍ଗା ଗାଁରେ ହତ୍ୟାକାଣ୍ଡ । ସମଲିଙ୍ଗୀ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଥିବା ସନ୍ଦେହ। ମୃତ ଯୁବକଙ୍କ ନାମ ରଶ୍ମିରଞ୍ଜନ ବଳିୟାରସିଂହ । ସୂଚନା ଅନୁଯାୟୀ, ଶଗଡଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକ ଏକ ଯାତ୍ରାରେ ରୋଲ କରିବା ପାଇଁ ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଥ ନାମକ ଜଣେ ତୃତିୟଲିଙ୍ଗିକୁ ଆଣି ନିଜ ଘରେ ରଖିଥିଲେ । ତାଙ୍କ ସହିତ ମିଳାମିଶା କରୁଥିବା ନେଇ ମଧ୍ୟ ଶୁଣିବାକୁ ମିଳୁଥିଲା ।

ହେଲେ କୌଣସି କାରଣକୁ ନେଇ ଆଜି ଦିନବେଳେ ରଶ୍ମିରଞ୍ଜନଙ୍କ ପରିବାର ଲୋକେ ବାହାରକୁ ଯାଇଥିଲେ । ପରିବାର ଲୋକେ ଘରେ ନ ଥିବା ସୁଯୋଗ ପାଇ ରଶ୍ମିରଞ୍ଜନଙ୍କୁ ଘର ଭିତରେ ତୃତିୟଲିଙ୍ଗି ସୋମନାଥ ଲାଥ ଲୁହାରଡରେ ଆକ୍ରମଣ କରିଥିଲା । ରଶ୍ମିରଞ୍ଜନଙ୍କ ମୃତ୍ୟୁ ହେବ ପରେ ସୋମନାଥ ତାଙ୍କ ଘରୁ ଟଙ୍କା ସହିତ କିଛି ସୁନା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ରଶ୍ମିରଞ୍ଜନଙ୍କ ମାଆ ଦିନ ଦୁଇଟା ବେଳକୁ ଆସି କବାଟ ଚାବି ପଡିଥିବା ଦେଖି ରଶ୍ମିରଞ୍ଜନଙ୍କୁ ଫୋନ କରିଥିଲେ । ହେଲେ ରଶ୍ମିରଞ୍ଜନ ଫୋନ ନ ଉଠାଇବାରୁ କବାଟ ଭାଙ୍ଗିବାପରେ ରଶ୍ମିରଞ୍ଜନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିଥିଲେ। ପରେ ଜଙ୍କିଆ ପୋଲିସକୁ ଖବର ଦେବା ସହିତ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.