ଇଜିପ୍ଟରେ ଭ୍ୟାକେସନ୍ ମନାଉଛନ୍ତି ବଲିଉଡ ‘ଦବଙ୍ଗ ଗାର୍ଲ’ ସୋନାକ୍ଷୀ ସିହ୍ନା, ଭାଇରାଲ ହେଉଛି ଫଟୋ

ଆଜିକାଲି, ସୋନାକ୍ଷୀ ବ୍ୟସ୍ତବହୁଳ ଜୀବନଠାରୁ ଦୂରରେ ଇଜିପ୍ଟରେ ଆରାମଦାୟକ ମୁହୂର୍ତ୍ତ ବିତାଉଛନ୍ତି । ଅଭିନେତ୍ରୀ ବର୍ତ୍ତମାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ନ୍ୟୁ ୟିଅର ଭ୍ୟାକେସନ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ପିରାମିଡ୍ ସାମ୍ନାରେ ଠିଆ ହୋଇ ପୋଜ୍ ଦେଇଥିବାର ନଜର ଆସିଛନ୍ତି ।

ବଲିଉଡର ‘ଦବଙ୍ଗ ଗାର୍ଲ’ ସୋନାକ୍ଷୀ ସିହ୍ନା ଆଜିକାଲି ଇଜିପ୍ଟରେ ଛୁଟିଦିନ ମନାଉଛନ୍ତି । ଯାହାର ସୁନ୍ଦର ଫଟୋ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଜିକାଲି, ସୋନାକ୍ଷୀ ବ୍ୟସ୍ତବହୁଳ ଜୀବନଠାରୁ ଦୂରରେ ଇଜିପ୍ଟରେ ଆରାମଦାୟକ ମୁହୂର୍ତ୍ତ ବିତାଉଛନ୍ତି । ଅଭିନେତ୍ରୀ ବର୍ତ୍ତମାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ନ୍ୟୁ ୟିଅର ଭ୍ୟାକେସନ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ପିରାମିଡ୍ ସାମ୍ନାରେ ଠିଆ ହୋଇ ପୋଜ୍ ଦେଇଥିବାର ନଜର ଆସିଛନ୍ତି । ସୋନାକ୍ଷୀ ସିହ୍ନାଙ୍କ ଦବଙ୍ଗ ଲୁକ୍ ପୁଣି ଥରେ ଫଟୋରେ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Sonakshi Sinha (@aslisona)

ଏହି ଫଟୋଗୁଡ଼ିକରେ ସୋନାକ୍ଷୀ ସିହ୍ନା ଏକ ଡାର୍କ ସବୁଜ ରଙ୍ଗର କୋ-ଅର୍ଡ ସେଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ସୋନାକ୍ଷୀ ସିହ୍ନା ଏକ କଳା ଲମ୍ବା କୋଟ ପିନ୍ଧି ଏବଂ କେଶରେ ପନିଟେଲ କରି ନିଜର ଲୁକ୍ କମ୍ପ୍ଲିଟ କରିଛନ୍ତି । କିଛି ଫଟୋରେ ଅଭିନେତ୍ରୀଙ୍କୁ ଏକ ଓଟ ସହିତ ପୋଜ୍ କରୁଥିବା ଦେଖିବାକୁ ମିଳିଛି ଯେଉଁଥିରେ ସେ ଖୁବ ସୁନ୍ଦର ଲାଗୁଛନ୍ତି । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସୋନାକ୍ଷୀ ସିହ୍ନାଙ୍କୁ ଶେଷ ଥର ଫିଲ୍ମ ‘ଦହାଡ’ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.