ପେଟ ପାଇଁ ସାହାରା ଏହି ଫୁଲ ତୋଡ଼ା

ମାଉସୀ ମାଆ ଛକରେ ଛୋଟ କେବିନ ଟିଏ l ସେହି କେବିନ କାନ୍ଥ ପାଖରେ ବସି ଥାନ୍ତି ଜଣେ ଯୁବକ l କେବିନ ସାମ୍ନାରେ ଥୁଆ ହୋଇ ଥାଏ ଅନେକ ପ୍ରକାରର ଫୁଲ ତୋଡ଼ା ଆଉ ଫୁଲ l ଲାଗୁଥିଲା ଯୁବକ ଜଣଙ୍କ ଫୁଲ ତୋଡ଼ା ସବୁ ତିଆରି କରୁଥିଲେ l କିନ୍ତୁ ଏହି ଶୂନ ଶାନ୍ ଏତେ ରାତିରେ ଯୁବକ ଜଣଙ୍କ ଏଭଳି ଏକ ଲୟରେ ବସି ଅତି ସୁନ୍ଦର ମନ ଛୁଇଁଲା ପରି ଫୁଲ ତୋଡ଼ା ତିଆରି କରିବାରେ ଲାଗିଥାନ୍ତି l

ରାତି ପ୍ରାୟ ୩ଟା ହେବ । ଶୂନ୍‌ ଶାନ୍‌ ରାସ୍ତାରେ ଯୁଆଡେ ଆଖି ବୁଲାଇଲେ ଖାଁ ଖାଁ ଲାଗୁଥିଲା । ସାରାସହର ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିଲା ପରେ ଶୋଇ ପଡ଼ିଥିଲା ନିଘୋଡ଼ ନିଦରେ l ଜରି ପ୍ଲାଷ୍ଟିକ ଗୋଟାଳି ନିଜ ବସ୍ତା ଧରି ଜରି ପ୍ଲାଷ୍ଟିକ ଗୋଟାଇବାରେ ବ୍ୟସ୍ତ ଥିଲା l ତାକୁ ଦେଖି କୁକୁର ଟି ଭୋ ଭୋ କରି ତା ଆଡକୁ ମାଡି ଯାଉଥାଏ ପୁଣି ଭୋ ଭୋ ରହି ଯାଉଥାଏ l ଅନେକ ସମୟ ଧରି କୁକୁରର ଏହି ଭୋ ଭୋ ମାଉସୀ ମା ଛକର ନୀରବତା ବିଚଳିତ କରୁଥାଏ l ଏ କିଟ୍‌ ମିଟ୍‌ ଅନ୍ଧାରରେ ଶୀତୁଆ ପବନ ଖାଲି ଦେହରେ ବାଜି ଦେହ ଶିତେଇ ଉଠୁଥାଏ । କିନ୍ତୁ ଏହାରି ଭିତରେ ଦେଖିବାକୁ ମିଳିଥିଲା ଜଣେ କାର୍ଯ୍ୟରତ ଯୁବକଙ୍କ ବ୍ୟସ୍ତତା । ଯାହାକୁ ଦେଖିବା ପରେ କ୍ଷଣକ ପାଇଁ ପାଦ ଅଟକି ଯାଇଥିଲା ଆଉ ସେଇଠୁ ଯିବାକୁ ଇଚ୍ଛା ହେଉନଥିଲା ।

ମାଉସୀ ମାଆ ଛକରେ ଛୋଟ କେବିନ ଟିଏ l ସେହି କେବିନ କାନ୍ଥ ପାଖରେ ବସି ଥାନ୍ତି ଜଣେ ଯୁବକ l କେବିନ ସାମ୍ନାରେ ଥୁଆ ହୋଇ ଥାଏ ଅନେକ ପ୍ରକାରର ଫୁଲ ତୋଡ଼ା ଆଉ ଫୁଲ l ଲାଗୁଥିଲା ଯୁବକ ଜଣଙ୍କ ଫୁଲ ତୋଡ଼ା ସବୁ ତିଆରି କରୁଥିଲେ l କିନ୍ତୁ ଏହି ଶୂନ ଶାନ୍ ଏତେ ରାତିରେ ଯୁବକ ଜଣଙ୍କ ଏଭଳି ଏକ ଲୟରେ ବସି ଅତି ସୁନ୍ଦର ମନ ଛୁଇଁଲା ପରି ଫୁଲ ତୋଡ଼ା ତିଆରି କରିବାରେ ଲାଗିଥାନ୍ତି l ସେହି କାମରେ ଏତେ ବ୍ୟସ୍ତ ହୋଇଯାଇଛନ୍ତି ଯେ କାହାରି ପ୍ରତି ତାଙ୍କର ନିଘା ନଥାଏ l ଏତେିକି ସମୟରେ ଯୁବକ ଜଣକ ପାଖକୁ ଗଲୁ ଆଉ ପଚାରିଲୁ ଭାଇ ଆପଣ ନୂଆ ବର୍ଷ ପାଇଁ ଫୁଲ ତୋଡ଼ା ତିଆରି କରୁଛନ୍ତି l

ଯୁବକ ଜଣଙ୍କ ଟିକେ ସମୟ ପରେ କହିଲେ ହଁ ନୂଆ ପୁରୁଣା ଉଭୟ ପାଇଁ l ତିନି ଚାରିଦିନ ହେଲା ଆମର ଏହି ଫୁଲ ତିଆରି ଚାଲିଛି l ବର୍ଷକୁ ଥରେ ଆସେ ଏହି ତିନି ଚାରିଦିନ l ସେଥିରେ କିଛି ରୋଜଗାର ହୋଇଯାଏ ଆଉ ଦିପଇସା ଅଧିକା ବାହାରି ପଡେ l ଏହି ଫୁଲତୋଡ଼ା ଫୁଲ ହାର ସବୁ ରାମେଶ୍ୱର ମନ୍ଦିରର ଭକ୍ତଙ୍କ ପାଇଁ l ତେଣୁ ମୋର ଏହି ଛୋଟ କେବିନ୍‌ରେ ପୂଜା ସାମଗ୍ରୀ ରହିଛି l ଏହି ଛୋଟ କେବିନ ରୁ ସ୍ୱଳ୍ପ ରୋଜଗାର l ସେହି ରୋଜଗାରରେ ଘର ଭଡା , ଦୋକାନ ଭଡା, ଝିଅ ପାଠ ପଢା l ତା ସାଙ୍ଗକୁ ବୁଢା ବୁଢ଼ୀ ବାପା ମାଆ ସେମାନଙ୍କ ପ୍ରତ୍ୟେକ ଖର୍ଚ୍ଚ l ସବୁ ଏହି ଦୋକାନ ଉପରେ ନିର୍ଭର କରି ଚାଲିବାକୁ ପଡୁଛି l ତେଣୁ ରାତି ସାରା ବସି କିଛି ଫୁଲ ତୋଡ଼ା ତିଆରି କରୁଛି । କାରଣ ରାତି ପାହିଲେ ମନ୍ଦିରରେ ଏହି ଫୁଲ ହାର ଚଢ଼ାଯିବ । ନୂଆ ବର୍ଷରେ ଗ୍ରାହକ ଦେକାନରୁ ଫେରିକି ଯିବେନି l ଯୁବକଙ୍କର କାମରେ ଥିବା ଆଗ୍ରହ ସେଇଠି ଆମକୁ ବାନ୍ଧି ରଖିଥିଲା କିଛି ସମୟ ପାଇଁ l ତେବେ କାହା ପାଇଁ ଜ଼ିରୋ ନାଇଟ ସେଲିବ୍ରେସନ ତ କାହାପାଇଁ ଚିନ୍ତା ପରିବାର ପ୍ରତିପୋଷଣ l ଏସବୁ କଥାକୁ ଦେଖିଲେ ଆଜିର ଯୁବପିଢ଼ି ପାଇଁ ଅନେକ ପ୍ରେରଣା ଯୋଗାଉଥିଲା l ହାରିଯାଇଥିବା ଯୁବକ ପାଇଁ ଉଦାହଣ ଥିଲା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.