ଜାପାନରେ ବିମାନ ଜଳିବା ଘଟଣା: କୋଷ୍ଟଗାର୍ଡ ପ୍ଲେନ୍‌ର ୫ ସଦସ୍ୟ ମୃତ

ଜାପାନର ହନେଡା ବିମାନବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଦୁଇଟି ବିମାନ ମଧ୍ୟରେ ଜୋରଦାର୍‌ ଧକ୍କା ହୋଇଥିଲା। ଫଳରେ ଗୋଟିଏ ବିମାନ ରନୱେରେ ହିଁ ଧୁ ଧୁ ହୋଇ ଜଳିଉଠିଥିଲା। ଗୋଟିଏ ବିମାନ ଜାପାନ ଏୟାରଲାଇନ୍ସର ଥିବାବେଳେ ଅନ୍ୟଟି କୋଷ୍ଟଗାର୍ଡର ବୋଲି ଜଣାପଡ଼ିଛି।

ମିଡିଆ ରିପୋର୍ଟ ମୁତାବକ, ଜାପାନ ଏୟାରଲାଇନ୍ସ ବିମାନରେ ମୋଟ ୩୭୯ ଜଣ ଯାତ୍ରୀ ଥିଲେ। ଘଟଣାର ତୁରନ୍ତ ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାର କରି ନିଆଯାଇଥିଲା। ଦୁର୍ଘଟଣା ପରେ ବିମାନର ପଛଭାଗରେ ନିଆଁ ଲାଗିଯାଇଥିଲା। ଯାତ୍ରୀମାନଙ୍କୁ ବାହାର କରାଯିବା ପରେ ପୂରା ବିମାନଟି ନିଆଁ କବଳରେ ଆସିଯାଇଥିଲା।

ସେପଟେ କୋଷ୍ଟଗାର୍ଡ ବିମାନରେ ମୋଟ ୬ ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ରିପୋର୍ଟ ମୁତାବକ, ଦୁର୍ଘଟଣାରେ କୋଷ୍ଟଗାର୍ଡ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ବିମାନଟି ଜଳୁଥିବା ଦେଖିବାକୁ ମିଳିଛି।

ଜାପାନର ଶିନ୍‌ ଚିଟୋସ୍‌ ବିମାନବନ୍ଦରରୁ ବିମାନଟି ଉଡ଼ାଣ ଭରି ହନେଡା ପହଞ୍ଚିଥିଲା। ଏୟାରପୋର୍ଟରେ ଲ୍ୟାଣ୍ଡିଂ ପରେ ରନୱେରେ ହିଁ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଘଟଣା ପରେ ଜାପାନ ଏୟାରଲାଇନ୍ସ ଏବଂ ଏୟାରପୋର୍ଟର ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କହି ରଖୁଛୁ, ଦୁର୍ଘଟଣା ପରେ କୋଷ୍ଟଗାର୍ଡ ବିମାନର ୫ ଜଣ ସଦସ୍ୟ ନିଖୋଜ ଥିଲେ। ପରେ ସେମାନଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.