ବିନା କୌଣସି ପ୍ରଶିକ୍ଷଣରେ ସୁନ୍ଦର ଚିତ୍ର ଅଙ୍କନ କରୁଛନ୍ତି ସୁନିଲ, ତାଙ୍କ ଫଟୋ ଚିତ୍ର ଦେଖିଲେ ବଡ ବଡ ଚିତ୍ରକର ବି ମାନିଯିବେ ହାର

କଣ୍ଟାମାଳ (କେନ୍ୟୁଜ) : ପେନ୍ସିଲ ମୁନର ସ୍ପର୍ଶରେ ଜୀବନ୍ତ ହୋଇ ଉଠିଛି ଅନେକ ଫଟୋ ଚିତ୍ର । ପାଠପଢ଼ାରେ ଯେମିତି, ଚିତ୍ରକଳାରେ ବି ସେମିତି, ବିନା କୌଣସି ଟ୍ରେନିଂରେ ଏବେ ହୋଇଛନ୍ତି ଜଣେ ସୁନ୍ଦର ଚିତ୍ରଶିଳ୍ପୀ ।ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବଡ଼ରାହାଜୁର ଗ୍ରାମର ସୁନୀଲ ଭୋଇ।ପେନ୍ସିଲ ମୁନରେ ସୁନ୍ଦର ଭାବରେ ବିଭିନ୍ନ ଦେବାଦବୀ, ସ୍‌ୱାଧୀନତା ସଂଗ୍ରାମୀ ଓ ମହାପୁରୁଷ ଓ ସେଲେବ୍ରିଟିଙ୍କ ଫୋଟଚିତ୍ର ଆଙ୍କି ଏବେ ଅଞ୍ଚଳରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି। ଅତ୍ୟନ୍ତ ଗରିବ ଘର ସୁନୀଲ ଚିତ୍ର ମାଧ୍ୟମରେ ବଡ଼ ବଡ଼ ଲୋକଙ୍କ ଚିତ୍ର କରି ପ୍ରଶଂସା ସାଉଁଟିଛନ୍ତି ।

art1ଭଲକରି ଦେଖନ୍ତୁ ଏହି ଫଟୋ ସବୁ।ବିଭିନ୍ନ କ୍ରିକେଟ ଷ୍ଟାର , ଫିଲ୍ମ ତାରକାଙ୍କ ଠାରୁ ଆରମ୍ଭ ବିଭିନ୍ନ ରାଜନେତା,ମହାପୁରୁଷଙ୍କ ଫଟୋ। ଆଉ ଏ ଚିତ୍ର ସବୁ ଦେଖିଲେ ଲାଗୁଛି କୌଣସି ଏକ ଦାମିକା ଡିଜିଟାଲ କ୍ୟାମେରାରେ ଉଠାଯାଇଛି ନିଶ୍ଚିତ। କିନ୍ତୁ ତାହା ନୁହେଁ। ପେନ୍ସିଲ ମୁନରେ ହାତର ଯାଦୁରେ ଏହି ଚିତ୍ର ସବୁ ବେଶ ଜୀବନ୍ତ ଲାଗୁଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଲାସପୁର ପଂଚାୟତ ଅନ୍ତର୍ଗତ ବଡ଼ରାହାଯୁର ଗ୍ରାମର ସୁନିଲ ଭୋଇ ବନାଉଛନ୍ତି ଏହି ସୁନ୍ଦର ସୁନ୍ଦର ଚିତ୍ର।

ପିଲାଟି ଦିନରୁ ଚିତ୍ରକଳା ପ୍ରତି ଆଗ୍ରହ କରି ବିଭିନ୍ନ ପେନ୍ସିଲ ମାଧ୍ୟମରେ ଅନେକ ଚିତ୍ର କରିଛନ୍ତି । ବିଭିନ୍ନ ଦେବଦେବୀ ଠାରୁ ଆରମ୍ଭ କରି ସ୍‌ୱାଧୀନତା ସଂଗ୍ରାମୀ , ସେଲିବ୍ରିଟି, ମହାପୁରୁଷଙ୍କ ଚିତ୍ରକୁ ସୁନ୍ଦର ଭାବରେ ଚିତ୍ର କାଟି ଜୀବନ୍ତ କରିଛନ୍ତି । ଯାହା ଫଳରେ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଆପଣ ଯାହାଙ୍କର ବି ଚିତ୍ର କୁହନ୍ତୁ ଅତି କମ ସମୟରେ ସେହି ଚିତ୍ର ଆଙ୍କି ଦେଉଛନ୍ତି। ସବୁଠାରୁ ଆଶ୍ଚର୍ଯ୍ଯ କଥା ହେଲା ସେ କାହାଠାରୁ ଏହି ଚିତ୍ରକଳା ପ୍ରଶିକ୍ଷଣ ନେଇ ନାହାନ୍ତି । ଧଳା କାଗଜରେ ରଙ୍ଗୀନ ସାଜିଛି ଅନେକ ସିନେ ତାରକା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଚିତ୍ର ।

artଶହ ଶହ ସଂଖ୍ଯାରେ କାନ୍ଥରେ ସଜେଇ ରଖିଛନ୍ତି ବିଭିନ୍ନ ସ୍‌ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଚିତ୍ର ଏସବୁ କୁ ଦେଖି ମା ବାପା ମଧ୍ୟ ପାଖରେ ବସି ପୁଅର ଏହି କାର୍ଯ୍ଯକୁ ପ୍ରଶଂସା କରିବା ସହିତ ସାହାଯ୍ଯ କରୁଛନ୍ତି । ବାପା ମାଙ୍କ ପାଖରେ ଆର୍ଥିକ ସମ୍ବଳ ନ ଥିବାରୁ ସରକାର ସହଯୋଗ ଲୋଡିଛନ୍ତି। ସୁନିଲ ପାଠ ପଢ଼ାରେ ଯେମିତି ଚିତ୍ରକଳାରେ ମଧ୍ୟ ଅନେକ ଆଗରେ ରହିଛନ୍ତି । ସେ ଅନେକ ସ୍ଥାନରେ ପୁରସ୍କାର ମଧ୍ୟ ପାଇଛନ୍ତି । ସୁନିଲ ଜଣେ ମେଧାବୀ ଛାତ୍ର ଦଶମ ଶ୍ରେଣୀ ଠାରୁ ଯୁକ୍ତ ୩ ପର୍ଯ୍ଯନ୍ତ ସବୁଥିରେ ଫାଷ୍ଟ କ୍ଲାସ ପାଇଛନ୍ତି । ଯୁକ୍ତ ତିନି ପାଠ ପଢି ସାରିବା ପରେ ଏବେ ଘରେ ରହିଛନ୍ତିି।

artistକୌଣସି ଏକ ଆର୍ଟ କଲେଜରେ ନାଁ ଲେଖାଇବାକୁ ଚାହୁଁଥିଲେ ବି ଆର୍ଥିକ ସ୍ଥିତ ଠିକ ନଥିବାରୁ ପାଠ ପଢି ପାରିନାହିଁ। ହେଲେ ସୁନିଲ ଆଗକୁ ବଢ଼ିବାରେ ଅର୍ଥ ସାଜିଛି ବାଧକ କାରଣ ସୁନିଲଙ୍କ ବାପା ମା ଜଣେ ଗରିବ ଦିନ ମଜୁରିଆ । ବାପା ପରର ମୂଲଲାଗି ଆଣିଲେ ପରିବାର ଚାଲେ ତେଣୁ ସୁନିଲର ଇଚ୍ଛା ଥିଲେ ମଧ୍ୟ ସେ ଆଗକୁ ବଢ଼ିବାରେ ଅର୍ଥ ପ୍ରତିବନ୍ଧକ ସାଜିଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ସାହାଯ୍ଯ ସହଯୋଗ କଲେ ସୁନୀଲ ଏକ ଭଲ ଆର୍ଟ କଲେଜରେ ନାମ ଲେଖାଇ ଜିଲ୍ଲା ତଥା ରାଜ୍ଯର ସୁନାମ ଅର୍ଜନ କରିପାରନ୍ତେ ନିଶ୍ଚୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.