Below header

୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ, ଷ୍ଟେରିଙ୍ଗରେ ଚାପି ହେଲେ ଆମ୍ବୁଲାନ୍ସ ଚାଳକ

ବାଲିଗୁଡା (କେନ୍ୟୁଜ) : ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ l ତୁମୁଡିବନ୍ଧ ଥାନା କୁର୍ତମଗଡ଼ ଟୋଲଗେଟ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି l ଦୁର୍ଘଟଣାରେ ଭାଙ୍ଗି ଚୁରମାର ହୋଇଛି ୧୦୮ ଆମ୍ବୁଲାନ୍ସ l ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଷ୍ଟେରିଙ୍ଗରେ ଚାପି ହୋଇ ରହିଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି l ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସା ଜାରି ରହିଛି। ଗୁରୁତର ଆମ୍ବୁଲାନ୍ସ ଡ୍ରାଇଭର ହେଲେ ଆସ୍ତିକ ମଲ୍ଲିକ। ଆମ୍ବୁଲାନ୍ସକୁ ଧକ୍କା ଦେଇଥିବା ଟ୍ରକ ଡ୍ରାଇଭର ଦୁର୍ଘଟଣା ପରେ ଫେରାର ହୋଇଯାଇଛି। ଏ ନେଇ ତୁମୁଡିବନ୍ଧ ପୋଲିସ ତଦନ୍ତ ଆରମ୍ଭ କରିଛି l ଦୁର୍ଘଟଣାଗ୍ରସ୍ତ 108 ଆମ୍ବୁଲାନ୍ସରେ କୌଣସି ରୋଗୀନଥିବା ଜଣାପଡିଛି। ଆମ୍ବୁଲାନ୍ସଟି ତୁମୁଡ଼ିବନ୍ଧ ଅଞ୍ଚଳରେ ଏକ ରୋଗୀକୁ ଛାଡ଼ି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.