କରୋନାରେ ଜୀବନ ହାରିଲେ ପ୍ରସିଦ୍ଧ ହାର୍ଟ ସ୍ପେଶାଲିଷ୍ଟ ଡା. କେକେ ଅଗ୍ରୱାଲ

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଇଣ୍ଡିଆନ ମେଡିକାଲ ଆସୋସିଏସନର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡା.କେକେ ଅଗ୍ରୱାଲଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ସୋମବାର ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁବିଜ୍ଞାନୀ ସଂସ୍ଥାରେ କୋଭିଡ ସହ ଦୀର୍ଘଦିନର ଲଢ଼େଇ ପରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କ ବୟସ ୬୨ ବର୍ଷ ଥିଲା । କିଛିଦିନ ପୂର୍ବରୁ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ । ସପ୍ତାହ ଧରି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା

ଡା. କେକେ ଅଗ୍ରୱାଲ ହୃଦରୋଗ ବିଶେଷଜ୍ଞ ଥିଲେ । ୨୦୧୦ରେ ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ଗତ ଏକ ବର୍ଷରୁ ସେ କୋଭିଡ ସମ୍ବନ୍ଧୀୟ ସମସ୍ତ ଭିଡିଓ ପୋଷ୍ଟ କରୁଥିଲେ । ଲୋକଙ୍କୁ ଏଥିପାଇଁ ସଚେତନ କରୁଥିଲେ । ତାଙ୍କ ଟ୍ୱିଯର ଆକାଉଣ୍ଟରେ ସେୟାର ହୋଇଥିବା ପୋଷ୍ଟରୁ ଜଣା ପଡିଛି ଯେ, ସୋମବାର ରାତି ୧୧.୩୦ ରେ ମହାମାରୀ କାରଣରୁ ମୃତ୍ୟୁ ବରଣ କରିଛନ୍ତି ।

ଏହି ସମୟ ମଧ୍ୟରେ ସେ ଲୋକଙ୍କୁ ଅନେକ ସଚେତନ କରିଥିଲେ । ଶୈକ୍ଷିକ କାର୍ଯ୍ୟକ୍ରମ ଜରିଆରେ ସେ ୧୦ କୋଟି ଲୋକଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇପାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.