ପୁଣି ପ୍ରବଳ ଖରା, ରାଜ୍ୟର ୭ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟର ୭ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ। ୪୧ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ବୌଦ୍ଧ ସହର। ସୋନପୁର ୪୦.୮, ଅନୁଗୁଳ ୪୦.୭, ସମ୍ବଲପୁର ୪୦.୫, ମାଲକାନଗିରି ୪୦ ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଟ୍ଵିନ୍‌ସିଟିରେ ବି ଅସହ୍ୟ ଗୁଳୁଗୁଳି। ଭୁନେଶ୍ୱରରେ ୩୯ ଡିଗ୍ରୀ ଓ କଟକରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଖରାଟିଆ ରହିଛି। ଆସନ୍ତା ୨ ଦିନ ପଯ୍ୟନ୍ତ ରାଜ୍ୟରେ ଏଭଳି ଖରାଟିଆ ପାଗ ଲାଗି ରହିବ। ୨୦ରୁ ପୁଣି କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୬ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ। ଏହି ସବୁ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.