Below header

ପୁଣି ହଜିଲା ମାନବିକତା, ଅଧା ରାସ୍ତାରେ ଶବକୁ ଛାଡି ପଳାଇଲେ ଆମ୍ବୁଲାନ୍ସ ଡ୍ରାଇଭର

ସାଲେପୁର: ପୁଣି ହଜିଗଲା ମାନବିକତା । ଅଧ ରାସ୍ତାରେ ପରିବାର ସହ ମୃତଦେହକୁ ଛାଡ଼ି ପଳାଇଲା ଆମ୍ବୁଲାନ୍ସ । ଏଭଳି ଅଭାବନୀୟ ଦୃଶ୍ୟ ଦେଖୁବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ପାଗା ଛକ ନିକଟରେ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଳଦେବନଗର ଗାଁ ବାସିନ୍ଦା ମହେଶ୍ଵର ପ୍ରଧାନଙ୍କ ପତ୍ନୀ ଗୀତାଞ୍ଜଳିଙ୍କ କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି । ପତ୍ନୀଙ୍କ ମୃତ୍ୟୁ ପରେ ମହେଶ୍ଵର ଏକ ଆମ୍ବୁଲାନ୍ସ

ଯୋଗେ ପତ୍ନୀଙ୍କ ଶବକୁ ଧରି ଗାଁକୁ ଫେରୁଥିବା ବେଳେ ସାଲେପୁର ପାଗା ଛାକ ନିକଟରେ ଶବକୁ ଅଚାନକ ଓହ୍ଲାଇ ଦେଇ ଆମ୍ବୁଲାନ୍ସ ଡ୍ରାଇଭର । ଏହାପରେ ନିଜେ ଫେରାର ହୋଇଯାଇଥିଲା । ତେବେ ଭଡା କମ୍‌ ଦେବାରୁ ଅଧା ବାଟରେ ଛାଡି ପଳାଇଥିବା କୁହାଯାଉଛି । ଦୀର୍ଘ ସମୟ ଧରି ପତ୍ନୀଙ୍କ ଶବକୁ ସ୍ୱାମୀ ରାସ୍ତା କଡ଼ରେ ଧରି ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଁକୁ ଫେରିଛନ୍ତି ମହେଶ୍ଵର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.