ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହେବ କୋଭିଡ-୧୯ ଟିକା: WHO

ଜେନେଭା, ସ୍ୱିଜରଲ୍ୟାଣ୍ଡ: ଚଳିତ ବର୍ଷ ଶେଷ ସୁଦ୍ଧା କୋଭିଡ-୧୯ ବିରୋଧରେ ଏକ ଟିକା ପ୍ରସ୍ତୁତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ପ୍ରମୁଖ ଗତକାଲି କହିଛନ୍ତି। ମହାମାରୀ ଉପରେ ଏହାର କାର୍ଯ୍ୟନିର୍ବାହୀ ବୋର୍ଡର ଦୁଇ ଦିନିଆ ବୈଠକର ସମାପ୍ତିରେ WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କହିଛନ୍ତି, ଆଶା ରହିଛି ଚଳିତ ବର୍ଷ ଶେଷ ସୁଦ୍ଧା ଆମମାନକୁ ଟିକା ମିଳିପାରେ। ଏନେଇ ଭରସା ରହିଛି।

vaccine-1ସୂଚନା ମୁତାବକ WHO ନେତୃତ୍ୱାଧୀନ COVAX ବିଶ୍ୱସ୍ତରୀୟ ଟିକା ସୁବିଧାର ୯ଟି ପରୀକ୍ଷାମୂଳକ ଟିକା ପାଇପଲାଇନରେ ଅଛି, ଯାହା ୨୦୨୧ ଶେଷ ସୁଦ୍ଧା ୨ ବିଲିୟନ ଡୋଜ ବଣ୍ଟନ କରିବାକୁ ଲକ୍ଷ୍ୟ ରଖିଛି|