ବିଗବସ 14ରେ ଲାଗିବ ହଟନେସର ତଡକା, ୱାଇଲ୍ଡ କାର୍ଡ ମାଧ୍ୟମରେ ଶୋ’ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ସପ୍ନା ଭାବି

ଆରମ୍ଭ ହୋଇଛି ବିଗ୍ ବସ୍ 14 । ଏଥର ଶୋ’ରେ କୌଣସି ବଡ କିମ୍ବା ଲୋକପ୍ରିୟ ନାମ ଦେଖିବାକୁ ମିଳିଲା ନାହିଁ । ଯଦିଓ ଧୀରେ ଧୀରେ ଏହି ଚେହେରାଗୁଡ଼ିକ ମଧ୍ୟ ପରିଚିତ ହୋଇଯିବେ, କିନ୍ତୁ ଯେଉଁ ଏକ ଚର୍ଚିତ ଚେହେରା ଆଶା କରାଯାଉଥିଲା ତାହା ଦେଖିବାକୁ ମିଳିନି ।

ଶୋ’ର ନିର୍ମାତାମାନେ ବୋଧହୁଏ ଏହା ଜାଣିଥିଲେ ତେଣୁ ସେମାନେ ଦର୍ଶକଙ୍କ ନିକଟକୁ ପୁରୁଣା ଦମଦାର ପ୍ରତିଯୋଗୀ ହିନା ଖାନ,ଗୌହର ଖାନ ଏବଂ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଆଣିଛନ୍ତି ଯାହାଦ୍ୱାରା ଶୋ’ର ଲୋକପ୍ରିୟତା ବଢିବ । ତେବେ ଏହା ମଧ୍ୟରେ ସପନା ସପୁଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଛି । ସପନା ଭାବୀ ନାମରେ ଜଣାଶୁଣା ଏହି ଅଭିନେତ୍ରୀ ୱାଇଲ୍ଡ କାର୍ଡ ମାଧ୍ୟମରେ ଶୋ’ରେ ଏଣ୍ଟ୍ରି କରିବେ ବୋଲି ସୂଚନା ମିଳିଛି ।

ଆପଣ ଅନେକ ବି-ଗ୍ରେଡ୍ ଚଳଚ୍ଚିତ୍ରରେ ସପନାଙ୍କୁ ଦେଖିଥିବେ । 20 ବର୍ଷର କ୍ୟାରିଅରରେ ସେ ଅନେକ ଭାଷାରେ ନିର୍ମିତ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ନିଜର ବୋଲ୍ଡନେସ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ ପ୍ରାୟ 150ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି । ସପନା ସାପୁଙ୍କ ପ୍ରକୃତ ନାମ ହେଉଛି ଜରିନା ଶେଖ । ସେ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ମଧ୍ୟ ଏକ ଫିଲ୍ମ ମଧ୍ୟ କରିଛନ୍ତି । ସପନା ଭବୀ, ଲଭ୍ ଲଷ୍ଟ ଡ୍ରାମା, ତାଙ୍କ ଝାଙ୍କ, ସପନା କେ ଅଙ୍ଗର ଭଳି ୱେବ୍ ସିରିଜ ମଧ୍ୟ କରିଛନ୍ତି ।

ସପନା ବିବାହିତ ଏବଂ ତାଙ୍କର ଏକ ପୁଅ ମଧ୍ୟ ଅଛି । ସ୍ୱାମୀଙ୍କ ସହିତ ବର୍ତ୍ତମାନ ତାଙ୍କର ବିବାଦ ଚାଲିଛି ଏବଂ ସପନା ନିଜ ପୁଅକୁ କଷ୍ଟିଡିରେ ଆଣିବା ପାଇଁ ଲଢେଇ କରୁଛନ୍ତି । ତେବେ ସପନା ବିଗ୍ ବସ୍ 14 ରେ ଏଣ୍ଟ୍ରି କରିବେ କି ନାହିଁ ? ଯଦି ଏଣ୍ଟ୍ରି ହେବ ତାହେଲେ କେବେ ହେବ ? ଏହି ପ୍ରଶ୍ନଗୁଡିକର ଉତ୍ତର ଖୁବ ଶୀଘ୍ର ସାମ୍ନାକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.