Below header

ରୋଗୀ ନେଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ, ଡ୍ରାଇଭର ଫେରାର୍‌

ଭଦ୍ରକ(କେନ୍ୟୁଜ୍‌): ରୋଗୀ ନେଇ ଫେରୁଥିବା ବେଳେ ଭାରସାମ୍ଯ ହରାଇ ଓଲଟିଲା ଆମ୍ବୁଲାନ୍ସ। ଡ୍ରାଇଭର ଛୁ, ରୋଗୀଙ୍କ ସଂପର୍କୀୟମାନେ ଆହତ ଭଦ୍ରକ ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନହରା ଅଞ୍ଚଳରେ। ରିପୋର୍ଟ ଅନୁଯାୟୀ କଟକ ବଡ଼ ଡାକ୍ତରଖାନାରେ ନିରୋଲୋଜି ଡାକ୍ତରଙ୍କୁ ଦେଖାଇ ଘରକୁ ଫେରୁଥିଲେ ଭବଶଙ୍କର ମିଶ୍ର।

ଘରକୁ ଫେରୁଥିବା ବେଳେ ଭୋର ୪.୩୦ ରେ ୧୬ନଂ ଜାତୀୟ ରାଜପଥ ରାହାଞ୍ଜ ଛକରେ ଆମ୍ବୁଲାନ୍ସଟି ଭାରସାମ୍ଯ ହରାଇ ଓଲଟି ପଡିଲା। ରାସ୍ତା କଡରେ ସମସ୍ତେ ପଡିଥିବା ବେଳେ ଡ୍ରାଇଭର ଭୟରେ କେଉଁଆଡେ ପଳାଇ ଯାଇଛି। ଅନ୍ୟପଟେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଗୁରୁତର ଆହତ ସୁଶାନ୍ତ ମିଶ୍ର, ସୁମନ୍ତ ମିଶ୍ର, ଶାନ୍ତିଲତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.