ରାଜ୍ୟରେ ଆଇଟି କ୍ଷେତ୍ରରେ ସହଭାଗୀ ହେବ ଆମେରିକା, ଆଜି ସାନଫ୍ରାନ୍ସିସ୍କୋ ଗସ୍ତ କରିବେ ମନ୍ତ୍ରୀ ଓ ସଚିବ ସ୍ତରୀୟ ପ୍ରତିନିଧି
ଆମେରିକାରୁ ଆସିବ ପୁଞ୍ଜି । ସ୍ଥାପନ ହେବ ସେମିକଣ୍ଡକ୍ଟର ୟୁନିଟ୍ । ଦୁବାଇ, ଜାପାନ୍ ଭଳି ଯୁକ୍ତରାଷ୍ଟ୍ର ଆମେରିକାରୁ ପୁଞ୍ଜି ଆଣିବାକୁ ଓଡିଶା ଲକ୍ଷ୍ୟ ରଖିଛି । ସେଠାକାର ନିବେଶକ, ଶିଳ୍ପପତିଙ୍କୁ ଓଡିଶା ପ୍ରତି ଆକୃଷ୍ଟ କରିବାକୁ ଆଜି ସାନଫ୍ରାନ୍ସିସ୍କୋ ଗସ୍ତ କରିବେ ମନ୍ତ୍ରୀ ଓ ସଚିବ ସ୍ତରୀୟ ପ୍ରତିନିଧି ଦଳ ।

ଭୁବନେଶ୍ୱର(କେନ୍ୟୁଜ୍): ଆମେରିକାରୁ ଆସିବ ପୁଞ୍ଜି । ରାଜ୍ୟରେ ଆଇଟି କ୍ଷେତ୍ରରେ ସହଭାଗୀ ହେବ ଆମେରିକା । ସ୍ଥାପନ ହେବ ସେମିକଣ୍ଡକ୍ଟର ୟୁନିଟ୍ । ଦୁବାଇ, ଜାପାନ୍ ଭଳି ଯୁକ୍ତରାଷ୍ଟ୍ର ଆମେରିକାରୁ ପୁଞ୍ଜି ଆଣିବାକୁ ଓଡିଶା ଲକ୍ଷ୍ୟ ରଖିଛି । ସେଠାକାର ନିବେଶକ, ଶିଳ୍ପପତିଙ୍କୁ ଓଡିଶା ପ୍ରତି ଆକୃଷ୍ଟ କରିବାକୁ ଆଜି ସାନଫ୍ରାନ୍ସିସ୍କୋ ଗସ୍ତ କରିବେ ମନ୍ତ୍ରୀ ଓ ସଚିବ ସ୍ତରୀୟ ପ୍ରତିନିଧି ଦଳ ।
ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ଉନ୍ନୟନ କମିଶନର ଅନୁ ଗର୍ଗ, 5T ସଚିବ ଭିକେ ପାଣ୍ଡିଆନ୍, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା,ବୈଦ୍ୟୁତିକ ଓ ଆଇଟି ବିଭାଗ ପ୍ରମୁଖ ସଚିବ ଆମେରିକା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ପୁଞ୍ଜି ନିବେଶ ପ୍ରସ୍ତାବ ଉପସ୍ଥାପନ କରାଯିବ ।
ସେମିକଣ୍ଟକର ଭଳି ବହୁ ଉପାଦେୟ ଚିପ୍ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ଚଳିତ ବଜେଟରେ ବ୍ୟୟବରାଦ କରିଛି । ସେହିପରି ରାଜ୍ୟ କ୍ୟାବିନେଟ୍ରେ ଓଡିଶାରେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ ଚିପ୍ ଉତ୍ପାଦନ ପାଇଁ ନୀତି ପ୍ରବର୍ତ୍ତନ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛି । ବିଶେଷ କରି ଆଇଟି କ୍ଷେତ୍ରରେ ଓଡିଶା କିପରି ପୂର୍ବ ଭାରତରେ ଏକ ପ୍ରମୁଖ ହବ୍ରେ ପରିଣତ ହେଉଛି, ସେସମ୍ପର୍କରେ ସୂଚନା ପ୍ରଦାନ କରାଯିବ ବୋଲି ଜଣାପଡିଛି ।
ରାଜ୍ୟର ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ଅଗ୍ରସର ହେଉଥିବା ବେଳେ ବିଦେଶୀ ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ନିକଟରେ ମୁଖ୍ୟମନ୍ତ୍ରୀ ଦୁବାଇ ଓ ଜାପାନ ଗସ୍ତକ କରି ଓଡିଶାକୁ ପୁଞ୍ଜି ନିବେଶ ପାଇଁ ପଥ ପରଷ୍କାର କରିଥିଲେ । ଏବେ ସରକାରଙ୍କ ଉଚ୍ଚ ପ୍ରତିନଧି ଦଳ ଆମେରିକା ଗସ୍ତ କରିବା ଓଡିଶା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି କୁହାଯାଉଛି ।