Below header

ମଣିପୁର ଲଜ୍ଜା ଘଟଣା, ୫ମ ଅଭିଯୁକ୍ତ ଗିରଫ

ମଣିପୁର ଲଜ୍ଜା ଘଟଣାରେ ୫ମ ଅଭିଯୁକ୍ତ ଗିରଫ । ଗତକାଲି ଗିରଫ ହୋଇଥିବା ୪ ଜଣଙ୍କୁ ୧୧ ଦିନ ପାଇଁ ପୋଲିସ ହେପାଜତକୁ ନିଆଯାଇଥିଲା । ଗିରଫ ହୋଇଥିବା ୧୯ ବର୍ଷୀୟ ଯୁବକ ୟୁମଲେମ୍ବାମ୍ ନୁଙ୍ଗସିଥୋଇ ମେତେଇ।

ମଣିପୁର ଘଟଣା ସମଗ୍ର ଦେଶକୁ ବିଚଳିତ କରିଛି । ମଣିପୁରରେ ୨ଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଇବା ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ଗତକାଲି ୪ ଜଣଙ୍କୁ ଗିରଫ କରାଯାଇ ପୋଲିସ ହେପାଜତକୁ ପଠାଯାଇଛି ।

ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ୧୯ ବର୍ଷୀୟ ୟୁମଲେମ୍ବାମ୍ ନୁଙ୍ଗସିଥୋଇ ମେତେଇ। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି । ଗୁରୁବାର ସକାଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ହୁରେମ୍ ହେରୋଦାସ ସିଂହଙ୍କୁ ପୋଲିସ ଗିରଫ କରିଥିଲା। ତା’ ପରେ ଆଖପାଖଷର ରହୁଥିବା ଲୋକେ ଏହା ଜାଣିବା ପରେ ତାର ଘର ପୋଡ଼ି ଦେଇଥିଲେ । ଶୁକ୍ରବାର ସୁଦ୍ଧା ପୋଲିସ ଏହି ମାମଲାରେ ସମ୍ପୃକ୍ତ ଥିବା ଆଉ ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ୧୧ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ମଣିପୁରର କାଙ୍ଗପୋକପି ଜିଲ୍ଲା ଅନ୍ତର୍ଗତ ବି ଫାଇନୋମ୍ ଗ୍ରାମ ନିକଟ ରାଜପଥରେ କୁକି-ଜୋମି ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଉଲଗ୍ନ କରାଯିବା ସହିତ ଯୌନ ଉତ୍ପୀଡ଼ନ ଦେଇ ରାସ୍ତାରେ ବୁଲାଯିବା ପରେ ସାରା ଦେଶରେ ଏହାକୁ ନେଇ ତୀବ୍ର ନିନ୍ଦା କରାଯାଇଥିଲା । ଘଟଣାଟି ଗତ ମେ ୪ ତାରିଖରେ ଘଟିଥିଲା। ଏହି ଭିଡିଓକୁ ସେୟାର ନ କରାଇ ଦେବା ଲାଗି କେନ୍ଦ୍ର ସରକାର ମଧ୍ୟ ଟ୍ଵିଟର ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ପ୍ରତି ଆଦେଶ ଜାରି କରିଛନ୍ତି।

ମଣିପୁର ପୋଲିସ ଏବଂ କେନ୍ଦ୍ରୀୟ ବାହିନୀର ମିଳିତ ଦଳ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରୁଛି। ଗିରଫ ୫ ଅଭିଯୁକ୍ତଙ୍କ ବ୍ୟତୀତ ଆହୁରି ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ଅଭିଯୁକ୍ତଙ୍କ ନିଜ ସମ୍ପ୍ରଦାୟର ଲୋକମାନେ ଖୋଲାଖୋଲି ଭାବେ ଅଭିଯୁକ୍ତଙ୍କୁ ବିରୋଧ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.