Below header

ଦୁର୍ଦ୍ଦିନରେ ପୂର୍ବତନ ବିଧାୟକ ସ୍ବର୍ଗତଃ ବାଇଧର ସିଂଙ୍କ ପରିବାର, ଅଣ୍ଡା ବିକି କରୁଛନ୍ତି ପରିବାର ପ୍ରତିପୋଷଣ

ଦୁର୍ଦ୍ଦିନରେ ପୂର୍ବତନ ବିଧାୟକଙ୍କ ପରିବାର। ଅଣ୍ଡା ବିକି କରୁଛନ୍ତି ପରିବାର ପ୍ରତିପୋଷଣ।ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ। ନୁଆଁଣିଆ ଚାଳଘର ,ଭଙ୍ଗା ମାଟିକାନ୍ଥ,ଚାଳ ବାଟେ ଦିନରେ ସୂର୍ଯ୍ଯ ଓ ରାତିରେ ଚନ୍ଦ୍ର ତାରା ଦେଖା ଯାଉଛନ୍ତି। ବର୍ଷାଦିନ କଥା ନ କହିବା ଭଲ। ବର୍ଷା ଝଡି ଯୋଗୁ ମାଟିକାନ୍ଥ ସଂତେଇ ଭାଙ୍ଗିବାକୁ ବସିଲାଣି । କାନ୍ଥର ବିଭିନ୍ନ ଜାଗାରେ ଗାତ ମଧ୍ୟ ଦେଖାଯାଉଛି। ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଏହି ଘରେ ଚଳୁଛନ୍ତି ଏହି ପରିବାର।

ଦୁର୍ଦ୍ଦିନରେ ପୂର୍ବତନ ବିଧାୟକଙ୍କ ପରିବାର। ଅଣ୍ଡା ବିକି କରୁଛନ୍ତି ପରିବାର ପ୍ରତିପୋଷଣ।ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ। ନୁଆଁଣିଆ ଚାଳଘର ,ଭଙ୍ଗା ମାଟିକାନ୍ଥ,ଚାଳ ବାଟେ ଦିନରେ ସୂର୍ଯ୍ଯ ଓ ରାତିରେ ଚନ୍ଦ୍ର ତାରା ଦେଖା ଯାଉଛନ୍ତି। ବର୍ଷାଦିନ କଥା ନ କହିବା ଭଲ। ବର୍ଷା ଝଡି ଯୋଗୁ ମାଟିକାନ୍ଥ ସଂତେଇ ଭାଙ୍ଗିବାକୁ ବସିଲାଣି । କାନ୍ଥର ବିଭିନ୍ନ ଜାଗାରେ ଗାତ ମଧ୍ୟ ଦେଖାଯାଉଛି। ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଏହି ଘରେ ଚଳୁଛନ୍ତି ଏହି ପରିବାର। ରାସନ କାର୍ଡ, ଭତ୍ତା, ସ୍ୱାସ୍ଥ୍ୟକାର୍ଡ , ଗ୍ଯାସ ଆଦି ସରକାରୀ ଯୋଜନା ରୁ ବଂଚିତ ଏ ପରିବାର। ଏ ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ର୍ନିବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ବାଇଧର ସିଂ ଙ୍କ ପରିବାର।

ରାଜ୍ଯରେ ସବୁବେଳେ ଚର୍ଚ୍ଚା ରେ ରହି ଆସୁଛି ଏହି ସୁକିନ୍ଦା ର୍ନିବାଚନ ମଣ୍ଡଳୀ । ଗୋଟିଏ ପଟେ ଖଣି ଓ ଅନ୍ଯପଟେ କାରଖାନା । ଭାରତର ଇସ୍ପାତ ରାଜଧାନୀର ମାନ୍ଯତା ପାଇଛି କଳିଙ୍ଗନଗର ଶିଳ୍ପାଂଚଳ । ସେହିଭଳି କାଳିଆପାଣି ଖଣି ଅଂଚଳରେ ରହିଛି ସର୍ବାଧିକ ମୂଲ୍ଯବାନ କ୍ରୋମାଇଟ ଧାତୁ । ତଥାପି ଏ ଅଂଚଳରେ ଅନେକ ସମୟରେ ଦାରିଦ୍ର୍ଯ ର ଚିତ୍ର ଦେଖିବାକୁ ମିଳେ । ସରକାର ଏହି ଅଂଚଳ ପ୍ରତି ସ୍‌ୱତନ୍ତ୍ର ଧ୍ୟାନ ଦେଉଥିଲେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନା ପହଂଚିପାରୁନାହିଁ । ଯାହା ପାଇଁ ନଗଡା ଭଳି ଅଂଚଳ ସମଗ୍ର ଦେଶରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ହେଲେ ଦିନେ ଏହି ର୍ନିବାଚନ ମଣ୍ଡଳୀ ରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ବିଧାୟକଙ୍କ ପରିବାର ମଧ୍ୟ ଆଜି ବି ଖାଦ୍ୟ ବସ୍ତ୍ର ଓ ବାସଗୃହ ପାଇଁ ସଂଘର୍ଷ କରୁଥିବା ଘଟଣାକୁ କେହି ଆଖିରେ ନ ଦେଖିଲେ ସହଜରେ ବିଶ୍ୱାସ କରିବେ ନାହିଁ ।

ଆମେ କହୁଛୁ ସୁକିନ୍ଦାର ପୂର୍ବତନ ବିଧାୟକ ସ୍‌ୱର୍ଗତ ବାଇଧର ସିଂ ଙ୍କ ପରିବାର କଥା । ବାଇଧରଙ୍କ ଘର ଦାନଗଦୀ ବ୍ଲକ ରାମ୍ପିଲୋ ଗ୍ରାମରେ .. ସେ ୧୯୬୧ ରୁ ୧୯୬୭ ମସିହା ପର୍ଯ୍ଯନ୍ତ କଂଗ୍ରେସ ଦଳରୁ ସୁକିନ୍ଦାର ବିଧାୟକ ଥିଲେ । ସେ ସମୟରେ ସେ ତତ୍କାଳୀନ ୩ ଜଣ ମୁଖ୍ଯମନ୍ତ୍ରୀ ,ତଥା ସ୍ୱର୍ଗତ ବିଜୁ ପଟ୍ଟନାୟକ,ବିରେନ ମିତ୍ର,ଓ ସଦାଶିବ ତ୍ରିପାଠୀ ଙ୍କ ସହିତ କାମ କରି ସୁକିନ୍ଦା ଅଞ୍ଚଳ କୁ ଅନେକ ଉନ୍ନତି ପଥରେ ଆଗେଇ ନେଇଥିଲେ। ସେତେବେଳେ ସୁକିନ୍ଦା ବିଧାନସଭା ଆସନ ତଫସିଲ ଭୁକ୍ତ ଜାତି ମାନଙ୍କ ପାଇଁ ସଂରକ୍ଷିତ ରହିଥିଲା । ଶିକ୍ଷାଗତ ଯୋଗ୍ଯତା କମ ଥାଇ ମଧ୍ୟ ଅନେକ ସାମାଜିକ ସଂଗଠନ ସହ ଜଡିତ ରହି ସମାଜସେବା ମାଧ୍ୟମରେ ବିଧାୟକ ହୋଇପାରିଥିଲେ ।

ସ୍ବର୍ଗତଃ ବାଇଧର ସିଂ ୨୦୧୦ ମସିହାରେ ମାର୍ଚ ୮ ତାରିଖ ଦିନ ମୃତ୍ୟୁବରଣ କରିଥିଲେ । ଆଜି କାଲି ଥରେ କୌଣସି ପଦ ପଦବୀ ରେ ରହୁଥିବା ରାଜନେତା ମାନେ ସେମାନଙ୍କ ୭ ପୁରୁଷ କଥା ଚିନ୍ତା କରି ଅନେକ ଧନସଂପତିର ଅଧିକାରୀ ହୋଇଯାଉଛନ୍ତି । କିନ୍ତୁ ବାଇଧର ନିଜ ପାଇଁ କିମ୍ବା ନିଜ ପରିବାର ପାଇଁ କିଛି ବି କରିପାରିନାହାଁନ୍ତି । ପଂଳରେ ଆଜି ତାଙ୍କର ଦୁଇ ପୁଅ ଦୁର୍ଦିନରେ ଦିନ କାଟୁଛନ୍ତି । ଜଣେ ପୁଅ ତ୍ରିଲୋଚନ ସ୍ଥାନୀୟ ଅଞ୍ଚଳରେ ବୁଲି ବୁଲି ଏକ ଅଟୋ ସହାୟତାରେ ଅଣ୍ଡା ବିକିବା ସହିତ ଗାଁରେ ଏକ ଚିକେନ ଦୋକାନ ଖୋଲି ପେଟ ପୋଷୁଛନ୍ତି। ଅନ୍ଯ ଜଣେ ପୁଅ ଦନାର୍ଦ୍ଧନ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । ହେଲେ ତ୍ରିଲୋଚନ ଘର ପାଇବାରୁ ବଞ୍ଚିତ ହେବାର ମୁଖ୍ଯ କାରଣ ଏହି ଅଟୋ। ଅଟୋ ଅଛି ବୋଲି ତାଙ୍କର ଘର ଲିଷ୍ଟ ରୁ ନା କଟିଯାଇଛି। ଏ ବିଷୟରେ ସେ ବ୍ଳକ୍‌ ରେ ଅଭିଯୋଗ କରିବାରୁ କେହି ତାଙ୍କ କଥା ଶୁଣି ନ ଥିଲେ। ଯଦି ଅଟୋ ନ ଥାନ୍ତା ସେ ପେଟ ପାଇଁ ଦିନ କୁ ଦି ଓଳି ଦାନା ମଧ୍ୟ ଯୋଗାଡ଼ କରି ପାରି ନ ଥାନ୍ତେ। ତାଙ୍କ ଅଂଚଳର ପାରିପାର୍ଶ୍ୱିକ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଦାନଗଦୀ ବ୍ଲକ ରାମ୍ପିଲୋ ଗାଁକୁ ଗୋଟିଏ ଭଲ ରାସ୍ତାଟିଏ ବି ନାହିଁ । ସୁକିନ୍ଦା ଭଳି ସମୃଦ୍ଧ ର୍ନିବାଚନ ମଣ୍ଡଳୀର ପୂର୍ବତନ ବିଧାୟକଙ୍କ ପରିବାର ସଦସ୍ଯ ବୋଲି ପରିଚୟ ଦେବାକୁ ସଂକୋଚ କରିବା ସହିତ କ୍ଯାମେରା ସମ୍ମୁଖରେ ଏହି ଭଳି ଭାବେ ନିଜର କ୍ଷଭୋ ପ୍ରକାଶ କରିଛନ୍ତି ତାଙ୍କ ପୁଅ ତ୍ରିଲୋଚନ ସିଂ । ସେପଟେ ଦାନଗଦି BDO କହିଛନ୍ତି ଯଥାଶୀଘ୍ର ଏ ବିଷୟରେ ଦୃଷ୍ଟି ଆକର୍ଷଣ କରି ସମସ୍ତ ସରକାରୀ ସହାୟତା ତାଙ୍କ ପରିବାର କୁ ଯୋଗାଇ ଦିଆଯିବ।

ସରକାରୀ ଯୋଜନା ଯେତେବେଳେ ପୂର୍ବତନ ବିଧାୟକଙ୍କ ପରିବାର ନିକଟରେ ପହଂଚିପାରୁନି ସେତେବେଳେ ସାଧାରଣ ଲୋକଙ୍କ ନିକଟରେ କେତେଦୂର ପହଂଚୁଥିବ ତାହା ବାରିହୋଇ ପଡୁଛି । ତେଣୁ ଏ ଦିଗରେ ଜିଲାପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ଯକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.