Below header

ଜୋହାନ୍ସବର୍ଗରେ ଫୁଟିଲା ରାସ୍ତା, ପବନରେ ଉଡିଲା ଗାଡି ; ୯ ଜଣ ଗୁରୁତର, ଭିଡିଓ ଭାଇରଲ

ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ରାସ୍ତା ତଳେ ଗ୍ୟାସ ବିସ୍ଫୋରଣ ହୋଇଛି । ଫଳରେ ରାସ୍ତାରେ ଯାଉଥିବା ୨୦ରୁ ଅଧିକ ଗାଡି ପବନରେ ଉଡିଛି । ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ପ୍ରକୃତି ଯେତିକି ସୁନ୍ଦର, ସେତିକି ଭୟଙ୍କର ମଧ୍ୟ । ପ୍ରକୃତିର ତାଣ୍ଡବ ବିଷୟରେ ଅନୁମାନ କରିବା ଅସମ୍ଭବ । ସୋସିଆଲ ମିଡିଆରେ ଏମିତି କେତେକ ଭିଡିଓ ନିଶ୍ଚିତ ଦେଖିଥିବେ । କିନ୍ତୁ ସାଉଥ ଆଫ୍ରିକାର ଜୋହାନ୍ସବର୍ଗରେ ଏମିତି ଏକ ଭିଡିଓ ରେକର୍ଡ ହୋଇଛି, ଯାହାକୁ ଦେଖିଲ ଆପଣ ନିଶ୍ଚିତ ଭାବେ ଚମକି ପଡିବେ । ବିସ୍ଫୋରଣରେ ରାସ୍ତା ଫାଟି ଦୁଇଫାଳ ହୋଇଯାଇଛି । ଆଉ ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି ।

ଭୂମିକମ୍ପ ହୋଇ ରାସ୍ତା ଦୁଇଫାଳ ହୋଇଯିବା ଆପଣ ନିଶ୍ଚିତ ଦେଖିଥିବେ । କିନ୍ତୁ ରାସ୍ତା ଏମିତି ବିସ୍ଫୋରଣ ହୋଇ ଫାଟିବା ହୁଏତ ଆପଣ ଦେଖିନଥିବେ । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ବ୍ୟସ୍ତବହୁତ ରାସ୍ତାରେ ଜୋରଦାର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ରାସ୍ତା ଦୁଇଫାଳ ହୋଇଯାଇଥିଲା । ରାସ୍ତାରେ ଅନେକ ଗାଡି ଯାଉଥିବା ବେଳେ ହଠାତ୍‌ ଗାଡି ଗୁଡିକ ଉପରକୁ ଉଠି ପଡୁଥିବା ଦେଖିବାକୁ ମିଳିଛି ।

ବିସ୍ଫୋରଣରେ ରାସ୍ତାରେ ଥିବା ୨୦ରୁ ଅଧିକ ଗାଡି ପବନରେ ଉଡିବା ଭଳି ଦେଖିବାକୁ ମିଳିଥିଲା । ଘଟଣାରେ ୯ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗ୍ୟାସ୍‌ ବିସ୍ଫୋରଣ ଯୋଗୁଁ ଏମିତି ଘଟିଥିଲା ବୋଲି ଖବର ମିଳିଛି ।

ଗ୍ୟାସ ଲିକ୍‌ ଯୋଗୁଁ ବିସ୍ଫୋରଣରେ ସ୍ଥାନୀୟ ବିଲିଡିଂ ସବୁ ଦୋହଲି ଯାଇଥିଲା । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳକୁ ସଂପୂର୍ଣ୍ଣ ଖାଲି କରିଦିଆଯାଇଛି । ରାସ୍ତାରେ ବଡ ବଡ ଗାତ ହୋଇଯାଇଛି । ତେବେ ଗ୍ୟାସ ସପ୍ଲାଇ କରୁଥିବା କମ୍ପାନୀ କହିଛି,ବିସ୍ଫୋରଣ ଗ୍ୟାସ୍‌ ପାଇନଲାଇନ ଯୋଗୁଁ ହେବା ବହୁତ କମ୍‌ ସମ୍ଭାବନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.