ଆସନ୍ତା ୨୮ରେ ଓଡ଼ିଶା ଆସିବେ ଅମିତ ଶାହ, CAA ସମର୍ଥନ ରାଲିରେ ଯୋଗଦେବେ ଗୃହମନ୍ତ୍ରୀ
ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୮ରେ ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ । CAA ସମର୍ଥନ ରାଲିରେ ଯୋଗଦେବେ ଅମିତ ଶାହ । ଭୁବନେଶ୍ୱରରେ ହେବାକୁ ଥିବା ବିଶାଳ ରାଲିକୁ ସମ୍ବୋଧନ କରିବେ । ୨୯ରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏନେଇ ସୂଚନା ଦେଇଛନ୍ତି ।