ଆପଣଙ୍କୁ ହିଟ ଓ ଫିଟ ରଖିବ ‘ଜୁଆଣି ପରଟା’, ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

କୁହାଯାଏ ଯେ ଜୁଆଣି ପେଟ ପାଇଁ ସର୍ବୋତ୍ତମ । ଘରର ଗୁରୁଜନମାନେ ତ କୁହନ୍ତି ଗୋଟିଏ ଜୁଆଣି ୭ ଟି ଭାତ ହଜମ କରିଦିଏ । ଅନ୍ୟ ପକ୍ଷରେ ଭାରତୀୟ ଆୟୁର୍ବେଦ ଓ ୟୁନାନିରେ ବି ଜୁଆଣିକୁ ଖୁବ ପ୍ରାଧାନ୍ୟ ଦିଆଯାଇଛି । ଆପଣ ତ ନିଶ୍ଚିତ ଭାବେ ଜୁଆଣିକୁ ବିଭିନ୍ନ ଢଙ୍ଗରେ ଖାଇଥିବେ | କିନ୍ତୁ ଜୁଆଣି ପରଠା ବିଷୟରେ ହୁଏତ କେବେ ଶୁଣି ନଥିବେ କି ଜାଣିନଥିବେ । ତେବେ ଥରେ ଘରେ ନିଜେ ପ୍ରସ୍ତୁତ କରି ଖାଆନ୍ତୁ ଓ ଅନ୍ୟ ମାନଙ୍କୁ ଖୁଆନ୍ତୁ ‘ଜୁଆଣି ପରଟା’ ।

ତେବେ ପ୍ରଥମେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧. ଅଟା- ୩ କପ

୨. ଜୁଆଣି ଗୁଣ୍ଡ- କିଛି

୩. ହଳଦୀ ଗୁଣ୍ଡ- ଏକ ଚାମଚ

୪. ଲଙ୍କା ଗୁଣ୍ଡ- ଆବଶ୍ୟକତା ଅନୁଯାୟୀ

୫. ଗରମ ପାଣି

ajwain paratha

୪. ୪ ଚାମଚ ତେଲ

୫. ଦହି – ଅଧା କପ

ପ୍ରସ୍ତୁତି ପ୍ରଣାଳୀ:

-ଗୋଟେ ସଫା ପାତ୍ରରେ କିନ୍ତୁ ଅଟା ନିଅନ୍ତୁ । ଏଥିରେ ଗରମ ପାଣି ଦେଇ ଭଲ ଭାବେ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ ।

– ଏଥିରେ ଲଗାତାର ଭାବେ ଅନ୍ୟ ସାମଗ୍ରୀ ସବୁକୁ ମିଶାନ୍ତୁ ।

– ଏବେ ଧୀରେ ଧୀରେ ଏକ ଚକଟା ପ୍ରସ୍ତୁତ କରନ୍ତୁ ।

– ୧୫ ରୁ ୨୦ ମିନିଟ ପାଇଁ ଏହାକୁ ଛାଡ଼ି ଦିଅନ୍ତୁ ।

– ଏବେ ଛୋଟ ଛୋଟ ଗୁଳା କରି ରୋଟୀ ଆକାରରେ ବେଲନ୍ତୁ ।

– ତାୱା ଗରମ କରି ଅଳ୍ପ ଅଳ୍ପ ତେଲ ଦେଇ ଭଲ ଭାବେ ସେକନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟପଯୋଗୀ “ଜୁଆଣି ପରଟା” । ଚଟଣି କିମ୍ବା ତରକାରୀ ସହ ନିଜେ ଖାଆନ୍ତୁ ଓ ଅନ୍ୟ ମାନଙ୍କୁ ଖୁଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.